ଛାତ୍ରୀ କଲେ ଆତ୍ମହତ୍ୟା, ୨ ଶିକ୍ଷକ ନିଲମ୍ବିତ

ଗ୍ରେଟର ନୋଏଡା: ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍‍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ଏକ ସୁଇସାଇଡ ନୋଟ୍‍ ମଧ୍ୟ ଜବତ କରିଛି । ଛାତ୍ରୀ ଜଣଙ୍କୁ କଲେଜର ଶିକ୍ଷକ ନିର୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ କଲେଜର ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।ଛାତ୍ରୀ ଜଣଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ‘ଯଦି ମୁଁ ମରିଯାଏ, ତେବେ ଏଥିପାଇଁ ପିସିପି ଏବଂ ଡେଣ୍ଟାଲ୍‍ ପାଠ୍ୟକ୍ରମର ଶିକ୍ଷକ ଦାୟୀ ରହିବେ । ମୁଁ ଚାହୁଁଛି ଯେ ସେମାନେ ଜେଲରେ ରୁହନ୍ତୁ । କାରଣ ସେମାନେ ମୋତେ ମାନସିକ ନିର୍ୟାତନା ଦେବା ସହ ଅପମାନିତ କରିଥିଲେ । ସେମାନଙ୍କ ଯୋଗୁଁ ମୁଁ ବହୁତ ଦିନ ଧରି ମାନସିକ ଚାପରେ ରହିଛି । ସେମାନେ ମଧ୍ୟ ଦୁଃଖ ପାଆନ୍ତୁ ବୋଲି ଚାହୁଁଥିବା ଛାତ୍ରୀ ଉଲ୍ଲେଖ କରିଛନ୍ତି ।

ଆତ୍ମହତ୍ୟା ପଛରେ ଛାତ୍ରୀ ଜଣଙ୍କ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । କଲେଜରେ ଏହି ଘଟଣା ନେଇ ଛାତ୍ରଛାତ୍ରୀମାନେ କଲେଜ ପ୍ରଶାସନଙ୍କୁ ଦାୟୀ କରିବା ସହ ପ୍ରତିବାଦ କରିଥିଲେ । ପୁଲିସ କଲେଜ ପରିସରରେ ମୁତୟନ ଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରିସ୍ଥିତି ସୃଷ୍ଟି ହୋଇଛି । ଏକ ରିପର୍ଟେ ଅନୁସାରେ ପୁଲିସ ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏଠାରେ ପିଲାଙ୍କ ଉପରେ ଅନେକ ମାତ୍ରାରେ ମାନସିକ ଚାପ ପକାଯାଉଛି । ଜ୍ୟୋତିଙ୍କ ଉପରେ ଏକ ନକଲି ଦସ୍ତଖତ କରାଯାଇଥିବା ମିଥ୍ୟର ଆରୋପ ଲଗାଇ ମାନସିକ ଚାପ ପକାଯାଇଥିଲା ।

  • Garvita Odia

    Related Posts

    ମେଡିକାଲ୍‌ରେ ଭର୍ତ୍ତି ପ୍ରଶାନ୍ତ କିଶୋର

    ପାଟନା: ବିହାରର ଜନ ସୁରାଜ ଯାତ୍ରା ପାଇଁ ଆରାରେ ପହଞ୍ଚିଥିବା ପ୍ରଶାନ୍ତ କିଶୋରଙ୍କୁ ଏକ ଅପ୍ରତ୍ୟାଶିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ପ୍ରାୟ ୨ କିଲୋମିଟର ଦୀର୍ଘ ପଦଯାତ୍ରା ଏବଂ ରୋଡ୍ ଶୋ ପରେ ସଭାସ୍ଥଳ ଆଡକୁ ଯାଉଥିବା ବେଳେ,…

    ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା

    ନୂଆଦିଲ୍ଲୀ:ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା