ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ:ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ ପକ୍ଷରୁ ଏ ନେଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଉପରେ କୌଣସି ରହିତାଦେଶ ଦିଆଯିବ ନାହିଁ। ମାମଲାର ଶୁଣାଣି ଜାରି ରହିବ। ହାଇକୋର୍ଟ ତ୍ଵରିତ ବେଗରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଲାଲୁଙ୍କ ବୟସକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣି ପ୍ରକ୍ରିୟା ସମୟରେ ସେ ବ୍ୟକ୍ତିଗତ ରୂପେ ଅଦାଲତରେ ହାଜର ହେବା ଦରକାର ନାହିଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

  • Garvita Odia

    Related Posts

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ନୂଆଦିଲ୍ଲୀ; ଗୁଜୁରାଟର ଅହମ୍ମଦାବାଦର ବଗୋଦରା ଗାଁରେ ଅଘଟଣ। ବିଷ ପିଇ ଜୀବନ ହାରିଲେ ପରିବାରର ୫ ଜଣ। ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତ ପରିବାର ମୂଳତଃ ଢୋଲକାର ବାସିନ୍ଦା ସେମାନେ ବଗୋଦରା ଗାଁରେ…

    ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ

    ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ ‘ଅପରେସନ ସିନ୍ଦୂର’ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି କହିଛନ୍ତି।ସେ…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା