
ଗ୍ରେଟର ନୋଏଡା: ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି । ଛାତ୍ରୀ ଜଣଙ୍କୁ କଲେଜର ଶିକ୍ଷକ ନିର୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରେ କଲେଜର ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ।ଛାତ୍ରୀ ଜଣଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ‘ଯଦି ମୁଁ ମରିଯାଏ, ତେବେ ଏଥିପାଇଁ ପିସିପି ଏବଂ ଡେଣ୍ଟାଲ୍ ପାଠ୍ୟକ୍ରମର ଶିକ୍ଷକ ଦାୟୀ ରହିବେ । ମୁଁ ଚାହୁଁଛି ଯେ ସେମାନେ ଜେଲରେ ରୁହନ୍ତୁ । କାରଣ ସେମାନେ ମୋତେ ମାନସିକ ନିର୍ୟାତନା ଦେବା ସହ ଅପମାନିତ କରିଥିଲେ । ସେମାନଙ୍କ ଯୋଗୁଁ ମୁଁ ବହୁତ ଦିନ ଧରି ମାନସିକ ଚାପରେ ରହିଛି । ସେମାନେ ମଧ୍ୟ ଦୁଃଖ ପାଆନ୍ତୁ ବୋଲି ଚାହୁଁଥିବା ଛାତ୍ରୀ ଉଲ୍ଲେଖ କରିଛନ୍ତି ।
ଆତ୍ମହତ୍ୟା ପଛରେ ଛାତ୍ରୀ ଜଣଙ୍କ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । କଲେଜରେ ଏହି ଘଟଣା ନେଇ ଛାତ୍ରଛାତ୍ରୀମାନେ କଲେଜ ପ୍ରଶାସନଙ୍କୁ ଦାୟୀ କରିବା ସହ ପ୍ରତିବାଦ କରିଥିଲେ । ପୁଲିସ କଲେଜ ପରିସରରେ ମୁତୟନ ଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରିସ୍ଥିତି ସୃଷ୍ଟି ହୋଇଛି । ଏକ ରିପର୍ଟେ ଅନୁସାରେ ପୁଲିସ ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏଠାରେ ପିଲାଙ୍କ ଉପରେ ଅନେକ ମାତ୍ରାରେ ମାନସିକ ଚାପ ପକାଯାଉଛି । ଜ୍ୟୋତିଙ୍କ ଉପରେ ଏକ ନକଲି ଦସ୍ତଖତ କରାଯାଇଥିବା ମିଥ୍ୟର ଆରୋପ ଲଗାଇ ମାନସିକ ଚାପ ପକାଯାଇଥିଲା ।