ଝିଅ ଦୁଷ୍କର୍ମକାରୀ ବାପାକୁ ୧୨ ବର୍ଷ କାରାଦଣ୍ଡ

ଭୁବନଶ୍ବେର : ଭୁବନେଶ୍ୱର ଆଡହକ ଆଡିସନାଲ ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ବିଚାରପତି ସରୋଜ କୁମାର ସାହୁ, ଗତ ୨୦୨୧ ମସିହାରେ ଭୁବନେଶ୍ବର ମହିଳା ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପା ବିକୁ ଓରଫ ବିକ୍ରମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଲାଗି ସଶ୍ରମ କାରାଦଣ୍ଡାଦେଶ ସହିତ ୫,୦୦୦ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୫ ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରା ନାବାଳିକା ପୀଡିତାଙ୍କ ବାପା । ସେ ନିୟମିତ ଭାବେ ମଦ୍ୟପାନ କରିବା ସହ ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିଲେ । ପୀଡିତାଙ୍କ ମା ଏହାର ବିରୋଧ କରିବାରୁ ଅଭିଯୁକ୍ତ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ । ୨୦୨୧ ଜୁନ୍‌ ୧ ତାରିଖ ଅପରାହ୍ନରେ ପୀଡିତାଙ୍କ ମା ନିଜ ବଡ ଝିଅକୁ ସାଙ୍ଗରେ ନେଇ ନିକଟସ୍ଥ ହସ୍ପିଟାଲକୁ ଯାଇଥିବା ବେଳେ, ଘରେ ନାବାଳିକା ପୀଡ଼ିତା ଏକୁଟିଆ ଥିଲେ । ଏହି ସମୟରେ ଅଭିଯୁକ୍ତ ବାପା ପିଡ଼ିତାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଘଟଣା ସମ୍ପର୍କରେ ତାଙ୍କ ମା କିମ୍ବା ଅନ୍ୟ କାହାକୁ କହିଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ହସ୍ପିଟାଲରୁ ଫେରି ପୀଡିତାଙ୍କ ନିକଟରୁ ଘଟଣା ସମ୍ପର୍କରେ ଶୁଣିବା ପରେ ମା ଜଣକ ହତବାକ୍ ହୋଇଯାଇଥିଲେ, ଏବଂ ସେ କ’ଣ କରିବେ ହଠାତ କିଛି ନିର୍ଣ୍ଣୟ ନେଇପାରି ନଥିଲେ । ପରିଶେଷରେ ସେ ୨୦୨୧ ଜୁନ୍‌ ୯ ତାରିଖ ଦିନ ମହିଳା ଥାନାକୁ ଯାଇ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଉପରୋକ୍ତ ମାମଲାକୁ ଭିତ୍ତିକରି ପୀଡିତାଙ୍କ ମା’ଙ୍କ ଏତାଲା ଆଧାରରେ ମହିଳା ଥାନା ଏକ ମାମଲା ରୁଜୁ କରାଯାଇଥିବା ବେଳେ, ତଦନ୍ତକାରୀ ଅଫିସର ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ଗିରଫ କରିଥିଲେ ।ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୨ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ଦଫା-୩୭୬(୨)(ଏଫ) ଆଧାରରେ ଉପରୋକ୍ତ ସଜା ଶୁଣାଇଛନ୍ତି । ଏହା ସହିତ ମାନ୍ୟବର ଆପେକ୍ସ କୋର୍ଟ ବିଭିନ୍ନ ମାମଲାରେ ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୩ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ବନ୍ଦୋବସ୍ତ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା । ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ବୁଧବାର ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।…

    ଜଳିଗଲେ ଆଉ ଜଣେ ଛାତ୍ରୀ

    ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଳି ଯାଇଛନ୍ତି ଜଣେ ଛାତ୍ରୀ। ଘର ଭିତରୁ ମିଳିଛି ଛାତ୍ରୀଙ୍କ ଜଳନ୍ତା ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଜାଳି ଦେଇଛି ନା…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ