
ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳରେ ରହିଥିବା ବିଶାଳ ଜଂଗଲରେ ନକ୍ସଲ ସଂଗଠନର ସମସ୍ତ ବଡ଼ବଡ଼ ନେତା ଏବଂ ପିଏଲଜିଏର ଟପ୍ କ୍ୟାଡର ନକ୍ସଲମାନେ ରହିଥିବା ପୁଲିସ ସୂଚନା ପାଇବା ପରେ ଗତ ଏପ୍ରିଲ ୨୧ ତାରିଖରୁ ମେ ୨୧ ଯାଏଁ ୧୦ ହଜାର ଯବାନଙ୍କୁ ନେଇ କାରେଗଟ୍ଟା ଜଂଗଲରେ ଅପରେସନ ଆରମ୍ଭ କରିଥିଲା। ୨୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଯବାନ ଜଂଗଲରେ ଅପରେସନ ଜାରି ରଖିଥିଲେ।
ଏହି ଜଂଗଲ ଲମ୍ବା ୬୦ କିଲୋମିଟର ହୋଇଥିବା ବେଳେ ଓସାର ୨୦ କିଲୋମିଟର। ଏହି ଅପରେସନରେ ଯବାନ ୩୧ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏଥିରୁ ୧୬ ଜଣ ମହିଳା ନକ୍ସଲ ଏବଂ ୧୫ ଜଣ ପୁରୁଷ ନକ୍ସଲ ରହିଛନ୍ତ। ତେବେ ଏମାନଙ୍କ ମଧ୍ୟରୁ ୨୮ ନକ୍ସଲଙ୍କର ଚିହ୍ନଟ ହୋଇସାରିଛି। ଏଥିସହ ୧୮ ଯବାନ ମଧ୍ୟ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଛନ୍ତି।
କାରେଗଟ୍ଟା ଜଂଗଲରେ ହୋଇଥିବା ଅପରେସନ ସଂପର୍କରେ ସିଆରପିଏଭ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ରିପୋର୍ଟ ପ୍ରଦନ କରିଛନ୍ତି। ଏହି ଜଂଗଲରୁ ଯବାନ ୨୫୦ରୁ ଉର୍ଦ୍ଧ୍ବ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର କରିଥିଲେ। ଏହ ଅପରେସନରେ ସିଆରପିଏଫ, କୋବ୍ରା, ଏସଟିଏଫ, ଜିଲ୍ଲା ପୁଲିସ ସହ ତେଲେଙ୍ଗାନା ଗ୍ରେହାଉଣ୍ଡ ଏବଂ ଜିଲ୍ଲା ପୁଲିସ ମଧ୍ୟ ସାମିଲ ଥିଲେ।