ପାକିସ୍ତାନରେ ବିସ୍ଫୋରଣ, ୯ ମୃତ

ଇସଲାମାବାଦ : ପାକିସ୍ତାନର ଖାଇବର ପାଖତୁନ୍‌ଖ୍ବା ପ୍ରଦେଶ ଅନ୍ତର୍ଗତ ଲାକ୍କି ମାରୱାତ୍‌ ଜିଲାରେ ମଙ୍ଗଳବାର ଏକ ବୋମା ବିସ୍ଫୋରଣ ଘଟଣାରେ ୯ ଜଣ ପ୍ରାଣ ହରାଇଛନ୍ତି। ୩୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ କନଷ୍ଟେବଳ ଓ ତିନିଜଣ ମହିଳା ସାମିଲ ଅଛନ୍ତିି। ଜନଗହଳିପୂର୍ଣ୍ଣ ମାର୍କେଟରେ ଏକ ରିକ୍କ୍ସାରେ ରଖାଯାଇଥିବା ବୋମାକୁ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ବିସ୍ଫୋରଣ କରାଯାଇଛି ବୋଲି ସ୍ଥାନୀୟ ପୁଲିସ ମୁଖ୍ୟ ଅଜମତ୍‌ଉଲ୍ଲା କହିଛନ୍ତି। କୌଣସି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ଟିଟିପି (ତେହେରିକ୍‌-ଇ-ତାଲିବାନ ପାକିସ୍ତାନ) ସଂଗଠନର ହାତ ରହିଛି ବୋଲି ପାକିସ୍ତାନ ସରକାର ଆଶଙ୍କା ପ୍ରକାଶ କରୁଛନ୍ତି।

  • Related Posts

    ଭୂକମ୍ପରେ ଥରିଲା କ୍ୟୁବା

    ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା…

    Continue reading
    ୧୬ରେ ରଜ ମହୋତ୍ସବ ପାଳନ କରିବେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ ଆକର୍ଷଣ । ପୋଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ