ବଜ୍ରକାପ୍ତା ଜବତ: ଦୁଇ ଗିରଫ

ଭୁବନେଶ୍ବର : ପିତାପଲ୍ଲୀ-ଚନ୍ଦକା ରୋଡ଼ର ମା’ ଲଟାଭୁଆସୁଣୀ ମନ୍ଦିର ନିକଟରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ୟ୍ୟବଳ (ଏସ୍‌ଟିଏଫ୍‌) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଦୁଇ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ବଜ୍ରକାପ୍ତାର ଓଜନ ୧୪ କେଜି ୧୦୦ ଗ୍ରାମ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚାଲାଣକାରୀ ସୁନ୍ଦରଗଡ଼ ଜିଲା ଭାସମା ଥାନା ଅବନକେଲା ଗାଁର ଗୋକୁଳ ଗୁପ୍ତା ଓ ରେଙ୍ଗାଲି ଥାନା ସାଗରପଲ୍ଲୀ ଗ୍ରାମର ତେଜରାମ ମେହେରଙ୍କୁ ଶନିବାର ଅଦାଲତ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କଲକାତା ଦେଇ ଉକ୍ତ ବଜ୍ରକାପ୍ତାକୁ ଚୀନକୁ ଚାଲାଣ କରାଯାଉଥିବା ତଦନ୍ତରୁ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେହିପରି ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅଭିଯୁକ୍ତ ଦ୍ବୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ଲାଗି ଏସ୍‌ଟିଏଫ୍‌ ଯୋଜନା କରିଛି।

  • Garvita Odia

    Related Posts

    ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

    ନାରାୟଣପାଟଣା: ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ହାଣିବାକୁ ପଛାଇଲା ନାହିଁ ପୁଅ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଗୁରୁତର ଆହତ ସଦନ…

    ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

    କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା