ଭାରତୀୟ ବିମାନ କମ୍ପାନୀ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ଜରୁରୀ ଅବତରଣ କରିଥିଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ । ପ୍ରତିକୂଳ ପାଗ ଏବଂ କୂଆପଥର ମାଡ଼ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ବଡ଼ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ଥିଲା । ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । ବିମାନ ହଠାତ୍ ଝଡ଼ତୋଫାନର ସମ୍ମୁଖୀନ ହେବାରୁ ଦିଲ୍ଲୀ-ଶ୍ରୀନଗର ବିମାନ ପରିଚାଳନା କରୁଥିବା ଜଣେ ଇଣ୍ଡିଗୋ ପାଇଲଟ୍ ପାକିସ୍ତାନ ଏୟାରସ୍ପେସ୍‌କୁ ବ୍ୟବହାର କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଅନୁମତି ମାଗିଥିଲେ । ପାକିସ୍ତାନ ଆକାଶପଥ ବ୍ୟବାହର କରି ଝଡ଼ ବର୍ଷାକୁ ଏଡ଼ାଇହେବ ବୋଲି କହିଥିଲେ । କିନ୍ତୁ, ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ପାକିସ୍ତାନ । ଗୁରୁବାର ଏନେଇ ପିଟିଆଇ ସୂଚନା ଦେଇଛି । ପୂରା ଘଟଣା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।
ଏହି ବିମାନରେ ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷଙ୍କ ସମେତ ୨୨୦ ରୁ ଅଧିକ ଯାତ୍ରୀ ଥିଲେ । ଅନୁମତି ନ ମିଳିବାରୁ, ବିମାନଟି ଏହାର ଉଡ଼ାଣ ପଥ ବଜାୟ ରଖିଥିଲା । ପାକିସ୍ତାନର ପ୍ରତ୍ୟାଖ୍ୟାନ ପରେ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ ‘ଜରୁରୀକାଳୀନ’ ସୂଚନା ଦେଇଥିଲେ । କ୍ୟାବିନ କ୍ରୁ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରିଥିଲେ ଏବଂ ବୁଧବାର ବିମାନଟି ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ, ବିମାନଟି ସନ୍ଧ୍ୟା ୬ଟା ୩୦ରେ ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ବିମାନବନ୍ଦର ଦଳ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ବର୍ତ୍ତମାନ ବିମାନର ଆବଶ୍ୟକୀୟ ଯାଞ୍ଚ ହେବା ପରେ ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝାଯିବ ।

  • Garvita Odia

    Related Posts

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ରେଳବାଇର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହା ଦ୍ବାରା ଯାତ୍ରା ଆହୁରି ସୁବିଧା ହେବ, ଖର୍ଚ୍ଚ ହ୍ରାସ ପାଇବ, କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ…

    ପ୍ରତିରକ୍ଷା ବ୍ୟୟ ୨୦% ବଢ଼ାଇଲା ପାକ୍‌

    ନୂଆଦିଲ୍ଲୀ: ପ୍ରତିରକ୍ଷା ବ୍ୟୟବରାଦରେ ଭାରତ ସହ ତୁଳନୀୟ ନୁହେଁ ପାକ୍‌ । ମଙ୍ଗଳବାର ପାକିସ୍ତାନ ଏହାର ପ୍ରତିରକ୍ଷା ବ୍ୟୟବରାଦରେ ୨୦% ବୃଦ୍ଧି କରିଛି । ଏହାସତ୍ତ୍ଵେ ପାକ୍‌ର ପ୍ରତିରକ୍ଷା ବ୍ୟୟ ଭାରତଠୁ ୯ ଭାଗରୁ ଭାଗେ । ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌…

    Leave a Reply

    Your email address will not be published. Required fields are marked *

    You Missed

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

    ୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର  ମଞ୍ଜୁରି

    ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ:ମନ୍ତ୍ରୀ

    ଆଧାର କାର୍ଡ ନଥିଲେ ସ୍କୁଲରେ ହେବ ଆଡ଼ମିସନ:ମନ୍ତ୍ରୀ

    କାବ୍ୟାଞ୍ଜଳି କବିତା ସଂକଳନକୁ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

    କାବ୍ୟାଞ୍ଜଳି କବିତା ସଂକଳନକୁ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

    ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

    ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

    ପୁରୀରେ ସେବାୟତଙ୍କୁ ହତ୍ୟା

    ପୁରୀରେ ସେବାୟତଙ୍କୁ ହତ୍ୟା

    ଜୁନ୍ ୨୦ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ

    ଜୁନ୍ ୨୦ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ