ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ସାଂସଦ

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଂଚଳର ଉନ୍ନତିକରଣ, ପ୍ରେସ ଛକ ଅଂଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଏତଦବ୍ୟତୀତ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ, ସିଏମସି ଏବଂ ସିଡିଏ ଅଞ୍ଚଳ ପାଇଁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍, ମହାନଦୀରେ ବ୍ୟାରେଜ୍ ଯୋଜନା, ବଡମ୍ବା ସୁଗାର ମିଲ ଓ ଭଗତପୁର କଟନ ମିଲର ପୁନଃ କାର୍ୟ୍ୟକାରିତା, ଓ ଉପଖଣ୍ଡ ସ୍ତରୀୟ କୋଲ୍ଡ ଷ୍ଟୋରେଜ ନିର୍ମାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରୁ ଜଣା ପଡିଛି ଯେ, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ୟ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ୟ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ, ଅଧିକ ସଂଯୁକ୍ତ ପ୍ରୟାସ ଦ୍ୱାରା କଟକ ଜିଲ୍ଲା ଏବଂ ତାହାର ଉପଖଣ୍ଡ ଅଞ୍ଚଳକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ର ବନେଇବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ…

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା