
ଭୁବନେଶ୍ୱର: ଓପିଏସ୍ସି ପକ୍ଷରୁ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ । ଲୋୟର ପିଏମ୍ଜିରେ ଡାକ୍ତରଙ୍କ ପ୍ରତିବାଦ । ସୂଚନା ଅନୁସାରେ ଗତବର୍ଷ ୫ ହଜାର ଡାକ୍ତରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାରେ ୧୮୪୦ ଜଣଙ୍କ ଚୟନ ହୋଇଥିଲା । କାଗଜପତ୍ର ଯାଞ୍ଚ ପରେ ୧୭ଶହ ପ୍ରାର୍ଥୀଙ୍କ ତାଲିକା ବି ପ୍ରକାଶ ପାଇଥିଲା । ମାତ୍ର ଏହି ନିଯୁକ୍ତିକୁ ନେଇ କୋର୍ଟରେ ମାମଲା ହେବା ପରେ ଅଟକିଥିଲା ନିଯୁକ୍ତି ପ୍ରକ୍ରିୟା ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ୫୦ ପ୍ରତିଶତ ନିଯୁକ୍ତି ଦିଆଯିବ । ପରବର୍ତ୍ତୀ ସମୟରେ ବଳକା ୫୦ ପ୍ରତିଶତ ନିଯୁକ୍ତି ପାଇବେ । ଏହି ପ୍ରକ୍ରିୟାରେ ଓପିଏସ୍ସି ପକ୍ଷରୁ ୮୨୨ ଜଣଙ୍କ ତାଲିକା ପ୍ରକାଶ ହୋଇଥିଲା । ହେଲେ ଏହି ତାଲିକା ବାହାରିବାରୁ ୧ ବର୍ଷ ବିତିଥିଲେ ବି ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଏହାକୁ ବିରୋଧ କରି ଡାକ୍ତରମାନେ ଆଜି ପ୍ରତିବାଦକୁ ଓହ୍ଲାଇଛନ୍ତି । ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଦାବି କରିଛନ୍ତି ।


