୧୬ରେ ରଜ ମହୋତ୍ସବ ପାଳନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ ଆକର୍ଷଣ । ପୋଡ ପିଠାରୁ ଆରମ୍ଭ କରି ଓଡିଶାର ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଆୟୋଜନ କରାଯାଇଛି। ଦେଶର ରାଷ୍ଟ୍ରପତି ପଦରେ ଆସୀନ ହେବା ପରଠାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଓଡିଶାର ବିଭିନ୍ନ ପର୍ବପର୍ବାଣୀ ପାଳନ କରିଆସୁଛନ୍ତି ।

ତେବେ ଗତ ଦୁଇ ବର୍ଷ ଧରି କେତେକ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଷ୍ଟ୍ରପତି ରଜ ମହୋତ୍ସବ ପାଳନ ନ କରିବାକୁ ସ୍ଥିର କରିଥିଲେ । ରାଷ୍ଟ୍ରପତି ଭବନ ଛଡା ଦିଲ୍ଲୀର ଓଡିଆସଂଗଠନଗୁଡ଼ିକ ମଧ୍ୟ ରଜ ପାଳନ କରିବା ପାଇଁ ବିଭିନ୍ନ ଆୟୋଜନ କରିବାରେ ଲାଗିଛନ୍ତି । କଳିଙ୍ଗ ଭାରତୀ ଫାଉଣ୍ଡେସନ୍‌ ଗୁରୁଗ୍ରାମଠାରେ ଏନେଇ ବ୍ୟାପକ ଆୟୋଜନ କରୁଛି ।
କଳିଙ୍ଗ ଭାରତୀ ଫାଉଣ୍ଡେସନର ଅଧ୍ୟକ୍ଷ ଅକ୍ଷୟ ସାମଲ କହିଛନ୍ତି, ଏ ବର୍ଷର ରଜ ପର୍ବ ବିକଶିତ ଭାରତ ୨୦୪୭ ପାଇଁ ସର୍ମପିତ ହେବ । ଏହି ଅବସରରେ ଓଡିଶାର ଲୋକ ସଂସ୍କୃତି, ପାରମ୍ପରିକ ନୃତ୍ୟ ଓ ହସ୍ତକଳାର ଝଲକ ଦେଖିବାକୁ ମିଳିବ ବୋଲି ସେ କହିଥିଲେ ।

  • Related Posts

    ଭୂକମ୍ପରେ ଥରିଲା କ୍ୟୁବା

    ନୂଆଦିଲ୍ଲୀ:ଭୂକମ୍ପରେ ଥରିଲା କ୍ୟୁବା। ଶକ୍ତିଶାଳୀ ଭୂକମ୍ପ କ୍ୟୁବାରେ ଅନୁଭୂତ। ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା…

    Continue reading
    ଚରିତ୍ରରେ ଦାଗ ନୁହେଁ ବିନା ବିବାହରେ ସମ୍ପର୍କ:ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଦୁଇ ଅବିବାହିତ ଯୁବକ ଯୁବତୀ ପରସ୍ପର ସହମତିରେ ଶାରୀରିକ ସମ୍ପର୍କ ରଖିଲେ ତାହା କାହାରି ଚରିତ୍ରକୁ ପ୍ରତିଫଳିତ କରେ ନାହିଁ କିମ୍ବା ଏହା କୌଣସି ବ୍ୟକ୍ତିଙ୍କ ଚରିତ୍ର ଉପରେ ଦାଗ ନୁହେଁ । ଏହାକୁ ଆଧାର କରି କାହାରି ଚରିତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ