ଠକ ଗ୍ୟାଙ୍ଗ୍‌ର ୫ ଗିରଫ

ଭୁବନେଶ୍ବର: ପୋଲିସ କବଜାରେ ଠକ ଗ୍ୟାଙ୍ଗ। ଠକ ଗ୍ୟାଙ୍ଗ୍‌ର ୫ ଜଣକୁ ଗିରଫ କଲା ପୋଲିସ। ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି।ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ। ଏମାନେ ଘରକୁ ଘର ବୁଲି ନିଜ ପାଖରେ କଳାଧନ ଥିବା କହୁଥିଲେ। ଆଉ ଏହି କଳାଧନକୁ ବଦଳାଇଲେ ଦୁଇଗୁଣା ଟଙ୍କା ମଧ୍ୟ ଦେବାକୁ କହୁଥିଲେ। ହେଲେ ସେହି ଟଙ୍କା ଥିଲା ପୂରା ନକଲି ।ତେବେ ଗତ ଫେବ୍ରୁଆରୀ ମାସରେ ଭରତପୁର ଥାନା ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି ଠକେଇ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ। ଏବେ ଆଉ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିସିପି। ଏମାନଙ୍କୁ ଅନୁଗୁଳ ଗଞ୍ଜାମ କଟକ ଅଞ୍ଚଳରୁ ଗିରଫ କରାଯାଇଛି।

  • Garvita Odia

    Related Posts

    ଦୁଷ୍କର୍ମ ମାମଲା : ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ

    ରାୟଗଡ଼ା : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଗିରଫ । ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ…

    ଭିଜିଲାନ୍ସ ଜାଲରେ ଡିଏଫଓ

    କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ ଡିଏଫଓ ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ତାଙ୍କର ୧୧୫ଟି ପ୍ଲଟ୍‌…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା