ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

ଭୁବନେଶ୍ବର: ପୁରୀଜିଲ୍ଲା ବଳାଙ୍ଗା ପୀଡ଼ିତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ଏହି ମାମଲାକୁ ନେଇ ବୟାନ ବାଜି ଜାରି ରଖିଛନ୍ତି। ବିରୋଧୀଙ୍କ ଟାର୍ଗେଟକୁ ନେଇ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାଉଣ୍ଟର କରିଛନ୍ତି। ବଳଙ୍ଗା ଘଟଣାରେ ବିରୋଧୀଙ୍କୁ କଡ଼ା କାଉଣ୍ଟର ସହ ଶ୍ରୀ ମଲ୍ଲିକ କହିଛନ୍ତି, ବିରୋଧୀ ଅଯଥା ରାଜନୀତି କରୁଛନ୍ତି। ବିରୋଧୀ କେବଳ ହୋହାଲ୍ଲା କରୁଛନ୍ତି। ଲୋକଙ୍କ ପାଖରୁ ବିରୋଧୀମାନେ ପ୍ରତ୍ୟାଖିତ ହୋଇସାରିଲେଣି। ସେମାନଙ୍କ ଶାସନ ସମୟର ଅନେକ ଉଦାହରଣ ଅଛି। କିନ୍ତୁ ବିଜେପି ଏଭଳି ଘଟଣାରେ ରାଜନୀତି କରିବାକୁ ଚାହୁଁନାହିଁ। ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି। ଆଜି ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ ସରକାର ଯୋଗାଇ ଦେଇଛନ୍ତି। ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ମଧ୍ୟ ତଦନ୍ତ କରାଯାଉଛି।
ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଜାରି ଥିବା ‌ବେଳେ ଶନିବାର ରାତିରେ ଏମ୍ସ ଭୁବନେଶ୍ବର ପରିସରରେ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାରାବାଜି ସହ ୩ଦଳ କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ତାଳି ମାରି ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଥିଲା। ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶନିବାର ରାତିରୁ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏହାର ଚାରିପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଏନଏସ ୧୬୩ ଧାରା ଜାରି କରାଯାଇଥିଲା।

  • Garvita Odia

    Related Posts

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ଭୁବନେଶ୍ୱର : ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆଜି ଅର୍ଥାତ ଜୁଲାଇ ୨୦…

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ଭୁବନେଶ୍ବର: ବଳଙ୍ଗାରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଛି । ଏନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜ ନିର୍ବାଚନମଣ୍ଡଳୀ ନିମାପଡ଼ା ଅଞ୍ଚଳରେ ଜଣେ…

    Leave a Reply

    Your email address will not be published. Required fields are marked *

    You Missed

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ବିଷ ପିଇ ପରିବାରର ୫ ଜଣ ସଦସ୍ୟ ମୃତ

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ତ୍ରୁଟିଶୁନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ବିରୋଧୀ ଅଯଥା ରାଜନୀତି କରୁଛନ୍ତି: ମନ୍ତ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ଉପମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଆମର ସନ୍ଦେହ: ଲେଖାଶ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି:ମୁଖ୍ୟମନ୍ତ୍ରୀ

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା

    ଏମ୍‌ସ ଦିଲ୍ଲୀରେ ଭର୍ତ୍ତି ହେଲେ ବଳଙ୍ଗା ପୀଡ଼ିତା