ଏନ୍‌କାଉଣ୍ଟର : ୬ ମାଓବାଦୀ ନିହତ

ରାୟପୁର: ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜଙ୍ଗଲରେ କିଛି ନକ୍ସଲ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଶୁକ୍ରବାର ସକାଳେ ସୁରକ୍ଷା ବାହିନୀକୁ ସେଠାକୁ ପଠାଯାଇଥିଲା । ଯବାନମାନେ ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସେଠାରେ ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ସେଠାରୁ ଏକେ-୪୭ ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଜବତ କରିଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଥିବା ଆଇଜି କହିଛନ୍ତି ।

  • Garvita Odia

    Related Posts

    ଛାତ୍ରୀ କଲେ ଆତ୍ମହତ୍ୟା, ୨ ଶିକ୍ଷକ ନିଲମ୍ବିତ

    ଗ୍ରେଟର ନୋଏଡା: ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍‍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ଏକ…

    ମେଡିକାଲ୍‌ରେ ଭର୍ତ୍ତି ପ୍ରଶାନ୍ତ କିଶୋର

    ପାଟନା: ବିହାରର ଜନ ସୁରାଜ ଯାତ୍ରା ପାଇଁ ଆରାରେ ପହଞ୍ଚିଥିବା ପ୍ରଶାନ୍ତ କିଶୋରଙ୍କୁ ଏକ ଅପ୍ରତ୍ୟାଶିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ପ୍ରାୟ ୨ କିଲୋମିଟର ଦୀର୍ଘ ପଦଯାତ୍ରା ଏବଂ ରୋଡ୍ ଶୋ ପରେ ସଭାସ୍ଥଳ ଆଡକୁ ଯାଉଥିବା ବେଳେ,…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା