କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି

ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ଏକବର୍ଷ ପୂର୍ତ୍ତି ପାଳନ କରୁଛି । ଆଉ ଏପଟେ ରାଜ୍ୟ ସରକାର ନିଜର କର୍ମଚାରୀ ଓ ଅଫିସରମାନଙ୍କୁ ‘ସମୟାନୁବର୍ତ୍ତିତା’ର ପାଠ ପଢ଼ାଇବାକୁ ଯାଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପିଅନଠୁ ସଚିବ ପର୍ୟ୍ୟନ୍ତ ସବୁବର୍ଗର ଅଫିସର ଓ କର୍ମଚାରୀଙ୍କ ନିମନ୍ତେ କାର୍ୟ୍ୟକାରୀ ହେବ ବୋଲି ଜଣାପଡ଼ିଛି ।କାର୍ୟ୍ୟାଳୟରେ କର୍ମଚାରୀ ଓ ଅଫିସରମାନଙ୍କ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ସମସ୍ତ ବିଭାଗକୁ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସିଷ୍ଟମଗୁଡ଼ିକ ଏନଆଇସି ଦ୍ୱାରା ବିକଶିତ ବାୟୋମେଟ୍ରିକ୍ ଉପସ୍ଥାନ ସିଷ୍ଟମ୍ ପୋର୍ଟାଲ ସହ ସଂଯୁକ୍ତ ହେବ ।ପ୍ରତ୍ୟେକ ବିଭାଗରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ପ୍ରତି ପାକ୍ଷିକ ଭାବେ ଏହି ତଥ୍ୟ ବିଶ୍ଳେଷଣ କରିବେ । ପ୍ରତ୍ୟେକ କର୍ମଚାରୀଙ୍କୁ ଅଫିସରେ ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ସମୟ ରେକଡ ର୍କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରସ୍ଥାନ’ ସମୟ ରେକର୍ଡ ନକଲେ ତାହାକୁ ଅନୁପସ୍ଥିତି ଭାବେ ବିବେଚନା କରାଯିବ । ନୂଆ ନିୟମ ଅନୁଯାୟୀ, ଯେକୌଣସି ଦିନ ପାଇଁ ସର୍ବାଧିକ ୩୦ ମିନିଟର ବିଳମ୍ବକୁ କ୍ଷମା କରାଯାଇପାରିବ, ଯାହା ଗୋଟିଏ ମାସରେ ସର୍ବାଧିକ ତିନି ଦିନ ପାଇଁ ପ୍ରଯୁଜ୍ୟ । ଯଦି କୌଣସି କର୍ମଚାରୀ ୩ଦିନରୁ ଅଧିକ ୩୦ମିନିଟ୍ ଲେଖାଏଁ କାର୍ୟ୍ୟାଳୟକୁ ଆସିବାରେ ବିଳମ୍ବ କରନ୍ତି ଓ ଏଥିପାଇଁ ତାଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଅନୁମତି ଦେଇନଥିବେ ତା’ହେଲେ ତାଙ୍କର ସିଏଲ୍‌(କାଜୁଆଲ ଲିଭ୍‌)ରୁ ଗୋଟିଏ ଦିନ କାଟି ଦିଆଯିବ । ପ୍ରତି ୩ଦିନର ବିଳମ୍ବ ପାଇଁ ନିୟମିତ ଭାବେ ଗୋଟିଏ ଲେଖାଏଁ ସିଏଲ୍ କଟିବ ।ଯେଉଁ କର୍ମଚାରୀମାନେ ଦୀର୍ଘ ସମୟ କିମ୍ବା ସରକାରୀ ଛୁଟି ଦିନରେ ଅଫିସ୍ ପାଇଁ କାମ କରୁଛନ୍ତି, ସେମାନେ ନିଜର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆଧାରରେ ଏହି ନିୟମରୁ କୋହଳ ବା ଛାଡ଼ ପାଇପାରିବେ । ସେହିପରି ସରକାରୀ ଗସ୍ତରେ ଥିବା କିମ୍ବା ଅଫିସ୍ କାମ ପାଇଁ ବାହାରେ ଥିବା ଅଫିସର ଓ କର୍ମଚାରୀମାନେ ଯଥାର୍ଥ କାରଣ ଦର୍ଶାଇ ଏହି ନିୟମରୁ କୋହଳ ପାଇପାରିବେ ।

ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ୟ୍ୟାଳୟରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତ୍ୟେକ କାର୍ୟ୍ୟଦିବସରେ ଅତି କମରେ ସାଢ଼େ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟ ସରକାର ଭବିଷ୍ୟତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ କ୍ୟାମେରା (ଏଆଇ କ୍ୟାମେରା) ଓ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫଆଇଡି) ପରିଚୟ ପତ୍ର ଜରିଆରେ ଉପସ୍ଥାନ ରେକର୍ଡ କରିବାକୁ ଯୋଜନା କରୁଛନ୍ତି । ଏହି ଉନ୍ନତ ସିଷ୍ଟମର ପରୀକ୍ଷଣ ପ୍ରଥମେ ଲୋକସେବା ଭବନ ଓ ଖାରବେଳ ଭବନରେ ଆରମ୍ଭ ହେବ ଏବଂ ପରେ ଏହା ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟକୁ ସମ୍ପ୍ରସାରଣ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଗୁରୁବାର ସମସ୍ତ ବିଭାଗର ସଚିବ, ଆରଡିସି, ଜିଲ୍ଲାପାଳ, ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଭିନ୍ନ ସରକାରୀ ନିଯୁକ୍ତି ଆୟୋଗଙ୍କ ନିକଟକୁ ଏହି ନିର୍ଦ୍ଦେଶାନାମା ପଠାଇଛନ୍ତି ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ…

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ସାଂସଦ

    ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ ବୃହତ୍‌…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା