ଲାଲୁଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ:ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଦେବାକୁ ଶୁକ୍ରବାର ମନା କରିଦେବା ପରେ ଲାଲୁଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଲୁଙ୍କ ପକ୍ଷରୁ ଏ ନେଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟରେ ଶୁଣାଣି ଜାରି ରହିଥିବା ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ। ମାମଲାର ବିଚାର ପ୍ରକ୍ରିୟା ଉପରେ କୌଣସି ରହିତାଦେଶ ଦିଆଯିବ ନାହିଁ। ମାମଲାର ଶୁଣାଣି ଜାରି ରହିବ। ହାଇକୋର୍ଟ ତ୍ଵରିତ ବେଗରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଲାଲୁଙ୍କ ବୟସକୁ ଦୃଷ୍ଟିରେ ରଖି ମାମଲାର ଶୁଣାଣି ପ୍ରକ୍ରିୟା ସମୟରେ ସେ ବ୍ୟକ୍ତିଗତ ରୂପେ ଅଦାଲତରେ ହାଜର ହେବା ଦରକାର ନାହିଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

  • Garvita Odia

    Related Posts

    ଛାତ୍ରୀ କଲେ ଆତ୍ମହତ୍ୟା, ୨ ଶିକ୍ଷକ ନିଲମ୍ବିତ

    ଗ୍ରେଟର ନୋଏଡା: ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍‍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ଏକ…

    ମେଡିକାଲ୍‌ରେ ଭର୍ତ୍ତି ପ୍ରଶାନ୍ତ କିଶୋର

    ପାଟନା: ବିହାରର ଜନ ସୁରାଜ ଯାତ୍ରା ପାଇଁ ଆରାରେ ପହଞ୍ଚିଥିବା ପ୍ରଶାନ୍ତ କିଶୋରଙ୍କୁ ଏକ ଅପ୍ରତ୍ୟାଶିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଛି । ପ୍ରାୟ ୨ କିଲୋମିଟର ଦୀର୍ଘ ପଦଯାତ୍ରା ଏବଂ ରୋଡ୍ ଶୋ ପରେ ସଭାସ୍ଥଳ ଆଡକୁ ଯାଉଥିବା ବେଳେ,…

    Leave a Reply

    Your email address will not be published. Required fields are marked *

    You Missed

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ସ୍ପେଶାଲ OTET-2025 ପରୀକ୍ଷା ବାତିଲ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ବଜ୍ରକାପ୍ତା ଜବତ: ଦୁଇ ଗିରଫ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ଦୁଇ କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ୧୨.୩୦ ସୁଦ୍ଧା ପୀଡ଼ିତାଙ୍କୁ ଏୟାର ଲିଫ୍ଟ

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ଯୁକ୍ତ ତିନିରେ ୯୦ ହଜାର ଆସନ ଖାଲି

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା

    ପ୍ରବଳରୁ ଅତି ପ୍ରବଳ ବର୍ଷିବ, ଆଲର୍ଟରେ ଏହି ଜିଲ୍ଲା