ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

ମୋହାଲି: ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଅନେକ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏପର୍ୟ୍ୟନ୍ତ ଆହତଙ୍କ ସଂଖ୍ୟା ସାମ୍ନାକୁ ଆସିନାହିଁ।ସୂଚନା ମୁତାବକ, ସହରର ଫେଜ୍ ୯ରେ ଅବସ୍ଥିତ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ସୂଚନା ପାଇବା ମାତ୍ରେ ଡାକ୍ତରୀ ଦଳ, ପୁଲିସ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି।ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।”ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଫେଜ୍ ୬ର ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି” ବୋଲି ଅଧିକାରୀମାନେ କହିଛନ୍ତି। ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କ‌ା କରୁଛନ୍ତି ଅଧିକାରୀ।ତେବେ ବିସ୍ଫୋରଣ କେମିତି ହେଲା ଏବଂ ବିସ୍ଫୋରଣ ସମୟରେ ଭିତରେ କେତେ ଜଣ ଥିଲେ ତାହା ସାମ୍ନାକୁ ଆସିନାହିଁ।

  • Related Posts

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂରକୁ ନେଇ ଚର୍ଚ୍ଚା ଲାଗି ରହିଛି । କାହାର କେତେ କ୍ଷତି ହୋଇଛି ତାକୁ ନେଇ ତର୍ଜମା ହେଉଛି । ଭାରତର ରାଫେଲ୍‌ ବିମାନ ଖସାଇଥିବା ନେଇ ବାରମ୍ବାର ଦାବି କରିଆସୁଛି ପାକିସ୍ତାନ । ଏପରିକି ଭାରତର ବିରୋଧୀ…

    ଓଡିଶା ମହିଳାଙ୍କ ଅଶାର କିରଣ ସାଜିଛି ‘ସୁଭଦ୍ରା’- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର/ଜୟପୁର: “ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ