ଅଲଗା ହେଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା-ପାରୁପଲ୍ଲୀ

ମୁମ୍ଵାଇ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଏବଂ ଅଲିମ୍ପିକ୍ ପଦକ ବିଜେତା ସାଇନା ନେହୱାଲ। ଏବେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ବ୍ୟାଡମିଣ୍ଟନ ତାରକା ସାଇନା ଏବଂ ତାଙ୍କ ସ୍ୱାମୀ ପାରୁପାଲି କଶ୍ୟପ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସାଇନା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସାଇନା ଏବଂ ଭାରତର ପୂର୍ବତନ ପୁରୁଷ ବ୍ୟାଡମିଣ୍ଟନ ତାରକା ପାରୁପାଲି କଶ୍ୟପ ଦୀର୍ଘ ଦିନର ସମ୍ପର୍କ ପରେ ୨୦୧୮ରେ ବିବାହ କରିଥିଲେ। ଏବେ ବିବାହର ୭ ବର୍ଷ ପରେ, ଉଭୟ ଅଲଗା ହୋଇଛନ୍ତି।

୩୫ ବର୍ଷୀୟ ପ୍ରବୀଣ ଭାରତୀୟ ତାରକା ସାଇନା ୧୩ ଜୁଲାଇ ରବିବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଘୋଷଣା କରିଥିଲେ। ଯାହା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା। ସାଇନା ତାଙ୍କ ବିବୃତ୍ତିରେ କହିଛନ୍ତି, “ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ। ବହୁତ ଚିନ୍ତା କରିବା ପରେ, ପାରୁପାଲି କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଉଭୟ ନିଜ ପାଇଁ ଏବଂ ପରସ୍ପର ପାଇଁ ଶାନ୍ତି, ପ୍ରଗତି ଏବଂ ଆଶ୍ୱସ୍ତି ବାଛୁ।” ହେଲେ ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣା ପଡ଼ିନାହିଁ। ସାଇନା କଶ୍ୟପଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ପାଇଁ ଖୁସି ପ୍ରକାଶ କରିଛନ୍ତି। ସାଇନା ଲେଖିଛନ୍ତି, “ମୁଁ ଏହି ସ୍ମୃତି ପାଇଁ ସର୍ବଦା କୃତଜ୍ଞ ଏବଂ ଆଗକୁ ବଢ଼ିବା ପାଇଁ କେବଳ ଶୁଭକାମନା କରୁଛି। ଏପରି ସମୟରେ ଆମର ଗୋପନୀୟତାକୁ ବୁଝିବେ ଏବଂ ସମ୍ମାନ ଦେବା ପାଇଁ ଧନ୍ୟବାଦ।
ସାଇନା ଏବଂ ୩୮ ବର୍ଷୀୟ କଶ୍ୟପ ବିବାହକୁ ୭ ବର୍ଷ ବିତିଯାଇଥିଲା । ଉଭୟ ୨୦୧୮ରେ ସେମାନେ ବିବାହ କରିଥିଲେ। ଦୀର୍ଘ ସମୟ ଧରି ଏହି ଉଭୟ ତାରକା ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ଦୃଷ୍ଟିରୁ ସେମାନଙ୍କ ସମ୍ପର୍କକୁ ଦୂରରେ ରଖିଥିଲେ। କୁହାଯାଏ ଯେ ଉଭୟଙ୍କ ଏହି ସମ୍ପର୍କ ସେମାନଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକରେ ଆରମ୍ଭ ହୋଇଥିଲା। ଉଭୟ ହାଇଦ୍ରାବାଦର କିମ୍ବଦନ୍ତୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦଙ୍କ ଏକାଡେମୀରେ ସାକ୍ଷାତ କରିଥିଲେ। ଯେଉଁଠାରେ ସେମାନେ ଦୁହେଁ କିମ୍ବଦନ୍ତୀ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ତାଲିମ ନେଉଥିଲେ। ଏହିଠାରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧