ଆଜି ଦହବିରା ଆଳୁଦମ୍ ଦିବସ

ଭୁବନେଶ୍ୱର: ଶନିବାର ହେଉଛି ଦହିବରା ଆଳୁଦମ୍‌‌ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌‌ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍‌‌ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍‌‌ କଥା ମନେପଡ଼େ। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଏହାର ଚାହିଦା ପରିଲକ୍ଷିତ ହେଲାଣି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ। ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍‌‌ ଦେଖିବାକୁ ମିଳିଥାଏ। ବେଳେବେଳେ ସାରା ଦିନର ଭୋକକୁ ମେଣ୍ଟେଇଦିଏ ମଧ୍ୟ ଏହି ଦହିବରା।

ସେହିପରି ଦହିବରାର ଲୋକପ୍ରିୟତା କଟକ ଭଳି ରାଜଧାନୀରେ ମଧ୍ୟ ପରିଲକ୍ଷିତ ହେଉଛି। କଟକର ସେହି ସ୍ୱାଦ ଏବେ ଲୋକ ରାଜଧାନୀରେ ମଧ୍ୟ ପାଇପାରୁଛନ୍ତି। ପ୍ରକାଶଥାଉକି, ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍‌‌ ଫୁଡ୍‌‌ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରସ୍କାର ମିଳିଥିଲା। ତେଣୁ ଅନେକ ସମୟରେ ଏହି କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ୍‌‌ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି।ମ

  • Related Posts

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଭୁବନେଶ୍ଵର,୦୮/୦୮:ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ…

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ