ଆସିଲା ସୁଭଦ୍ରା ତୃତୀୟ କିସ୍ତି

ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମାରେ ମହିଳାମାନଙ୍କୁ ସୁଭଦ୍ରା ଭେଟି ଦେଇଛନ୍ତି ରାଜ୍ୟ ସରକାର । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ୫ ହଜାର ଟଙ୍କା । ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଅନଲାଇନରେ ଗଲା ୫ ହଜାର କୋଟି ଟଙ୍କା । କୋରାପୁଟ ଜୟପୁରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ।
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିିଛନ୍ତି ମୋହନ ମାଝୀ ସରକାର । ଆଜି ୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ସବୁ ହିତାଧିକାରୀଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ଯେଉଁ ହିତାଧିକାରୀମାନେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନଥିଲେ ସେମାନଙ୍କୁ ମଧ୍ୟ ଏକ କାଳୀନ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏପର୍ୟ୍ୟନ୍ତ ୨ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଥିଲେ । ସେମାନଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ।ଆଜି ପରଠାରୁ (ଅଗଷ୍ଟ ୯) ସୁଭଦ୍ରା ପୋର୍ଟାଲ ଖୋଲା ହେବ । ଯେଉଁମାନଙ୍କ ବୟସ ୨୧ ହୋଇଯାଇଥିବ ସେମାନେ ନୂଆ ହିତାଧିକାରୀ ଭାବରେ ସୁଭଦ୍ରା ଯୋଜନାରେ ସାମିଲ ହେବେ । ସେହିପରି ୬୦ ବର୍ଷ ବୟସ ହୋଇଯାଇଥିବା ମହିଳାମାନଙ୍କୁ ସିଧାସଳଖ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଲାଗି ବ୍ୟବସ୍ଥା କରାଯାଇଛି । ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ସହ ଭତ୍ତା ପାଇବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବା ପରେ ସେମାନେ ଏଥିରେ ଯୋଡି ହୋଇଯିବେ ।ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇ ସାରିଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଭୁବନେଶ୍ବରରେ ପ୍ରଦାନ କରାଯାଇଥିଲା । ଏହାପରେ ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯାଇଥିଲା । ଆଜି ମୋହନ ସରକାର କୋରାପୁଟ ଜୟପୁରେ ଆୟୋଜିତ କାର୍ୟ୍ୟକ୍ରମରେ ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ।

  • Related Posts

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading
    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ