ଉଚ୍ଚା ତକିଆରେ ଶୋଉଥିଲେ…

ସାଧାରଣତଃ ସୁନିଦ୍ରା ପାଇଁ ଆରାମଦାୟକ ଶଯ୍ୟାର ଆବଶ୍ୟକତା ବେଶି ଥାଏ । ଅନେକ ଲୋକ ଆରାମ ପାଇଁ ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଯସନ୍ଦ କରନ୍ତି । କେହି କେହି ଅଧିକ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୋଇବାକୁ ଭଲପାଆନ୍ତି । ଏପରିକି ତକିଆକୁ ଉଚ୍ଚା କରିବା ପାଇଁ ଅନେକ ଦୁଇଟି ତକିଆ ବ୍ୟବହାର କରୁଥିବାର ଦେଖାଯାଏ । ତେବେ ଆବଶ୍ୟକତାଠୁ ଅଧିକ ଉଚ୍ଚତାର ତକିଆ ମୁଣ୍ଡରେ ଦେବା ଶରୀର ପାଇଁ କ୍ଷତିକାରକ । ଉଚ୍ଚା ତକିଆ ଦେଇ ଶୋଇବାର ଅର୍ଥ ହେଉଛି, ନିଜେ ନିଜ ପାଇଁ ରୋଗକୁ ଡାକିବା । ମୁଖ୍ୟତଃ ଏହା ହାଡ଼ ଉପରେ ପ୍ରଭାବ ପକାଇଥାଏ ଏବଂ ଏଥିଯୋଗୁ ଶିରାପ୍ରଶିରାରେ ଜଳାପୋଡ଼ା ମଧ୍ୟ ହୋଇଥାଏ । ଏହା ବ୍ୟତୀତ ସକାଳୁ ଉଠିବା ମାତ୍ରେ ଶରୀରରେ ଯନ୍ତ୍ରଣା ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ । ଅତ୍ୟଧିକ ଉଚ୍ଚ ତକିଆ ଦେବା ଦ୍ୱାରା କାନ୍ଧ ଓ ବେକର ମାଂସପେଶୀ ଉପରେ ଚାପ ପଡ଼ିଥାଏ । ଫଳରେ ବେକରେ ଯନ୍ତ୍ରଣା ହୋଇଥାଏ । ଏପରିକି ଅଧିକ ଉଚ୍ଚା ତକିଆ ଦେଇ ଶୋଉଥିବା ଲୋକଙ୍କଠାରେ ମୁଣ୍ଡବିନ୍ଧା ସମସ୍ୟା ବେଶି ହୋଇଥାଏ । କେବଳ ସେତିକି ନୁହେଁ, ଉଚ୍ଚା ତକିଆ ଦେବା ଦ୍ୱାରା ମେରୁଦଣ୍ଡ ଓ ତ୍ୱଚା ଜନିତ ସମସ୍ୟା ଦେଖାଦିଏ । ଏଣୁ ଆବଶ୍ୟକତାଠୁ ଅଧିକ ଉଚ୍ଚା ତକିଆ ବ୍ୟବହାର କରୁଥିଲେ, ସତର୍କ ରହିବା ଖୁବ୍‌ ଜରୁରି ।

  • Garvita Odia

    Related Posts

    ନାଗ ସାପକୁ ଚୋବାଇ ଖାଇଲେ ମଦ୍ୟପ

    ବଲାଙ୍ଗୀର: ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅଜବ କାଣ୍ଡ କରିଛନ୍ତି। ମଦ୍ୟପଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ…

    ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’

    ଭୁବନେଶ୍ବର: ଓଡ଼ିଆ ଫିଲ୍ମ ଇତିହାସରେ ପ୍ରଥମ । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି । ପୂରା ଟିମ୍‌ ସହ ଫିଲ୍ମ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼