ଉତ୍କର୍ଷ ଓଡିଶା କନକ୍ଲେଭ : ୧୪୫ ଏମଓୟୁ ସ୍ବାକ୍ଷର

ଭୁବନେଶ୍ବର : ଦୁଇ ଦିନିଆ ଉତ୍କର୍ଷ ଓଡିଶା କନକ୍ଲେଭ-୨୦୨୫ ଶେଷ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଆଶା ଠାରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ୧୪୫ଟି ଏମଓୟୁ ସ୍ବାକ୍ଷର ହୋଇଛି। ସେହିପରି ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମହାକୁମ୍ଭରୁ ମିଳିଛି । ଏହାଦ୍ବାରା ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। କିନ୍ତୁ ଆଶାଠୁ ବହୁ ଅଧିକ ପୁଞ୍ଜିନିବେଶ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୪ଲକ୍ଷ ୩୩ହଜାର କୋଟିର ପୁଞ୍ଜି ନିବେଶ ପାଇଁ ହୋଇଛି ଏମଓୟୁ । ମହାନଦୀ କୋଲ୍ ଫିଲଡ୍, ଏନଏଲସି, ଆଇଓସିଏଲ,ଏଚପିସିଆର୍, ଓଏନଜିସି ତ୍ରିପୁରା, ଆରଇସି ଆଦି କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି । ୬/୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହୋଇଯିବ । କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଏମଓୟୁ କରିଛନ୍ତି । ଏଥିପାଇଁ ୧୭ଟି ସଂସ୍ଥା ସହ ବୁଝାମଣା ହୋଇଛି । ଏହି ସମ୍ମିଳନୀରେ ୧୬ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ।

  • Related Posts

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ଭୁବନେଶ୍ବର: ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନର ସମ୍ଭାବନା ରହିଛି । ଆଜି ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ,…

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର