ଏମ୍‌କେସିଜିରେ ଡାକ୍ତରଙ୍କୁ ମାଡ଼

ବ୍ରହ୍ମପୁର: ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍‌କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ୟ୍ୟରତ ଜଣେ ଡାକ୍ତରଙ୍କୁ ଯେଉଁଭଳି ଆକ୍ରମଣ ହୋଇଥିଲା ସଂଘ ପକ୍ଷରୁ ତାହାର ନିନ୍ଦା କରାଯାଇଛି। ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି କରାଯାଉଥିଲେ ମଧ୍ୟ ବିଭିନ୍ନ ସମୟରେ ଡାକ୍ତରମାନଙ୍କୁ ରୋଗୀ ସମ୍ପର୍କୀୟମାନେ ଆକ୍ରମଣ କରୁଛନ୍ତି।
ରବିବାର ରାତିରେ ଏକ ସଢ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ଏମ୍‌କେସିଜି ମେଡିକାଲ ଆସିଥିଲେ। ଡାକ୍ତର ସେଠାରେ ଆହତଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସେଠାରେ ଥିବା ଜଣେ ରୋଗୀ ସମ୍ପର୍କୀୟ ଚିକିତ୍ସା ଅବହେଳା ଦର୍ଶାଇ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି ସମ୍ପୃକ୍ତ ଡାକ୍ତରଙ୍କୁ ସେ ମାଡ଼ ମଧ୍ୟ ମାରିଥିଲେ। ଯାହାକୁ ନେଇ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ତାଙ୍କ ଟିମ ସେଠାରେ ପହଞ୍ଚି ଉତ୍ତେଜନା ପ୍ରତିହତ କରିଥିଲେ। ଡାକ୍ତରଙ୍କ ଅଭିଯୋଗ ଆଧାରରେ ଆକ୍ରମଣକାରୀଙ୍କୁ ଧରି ଥାନାକୁ ନିଆଯାଇଥିଲା।

  • Garvita Odia

    Related Posts

    ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର

    ବାଲିକୁଦା: ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଯୁବତୀ ଜଣକ…

    ୩ ଭଉଣୀଙ୍କୁ ଅସଦାଚରଣ, ୨ ଯୁବକ କାବୁ

    ପୁରୀ : ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଥାନା ଅନ୍ତର୍ଗତ ସମଙ୍ଗ ପାର୍କିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା…

    Leave a Reply

    Your email address will not be published. Required fields are marked *

    You Missed

    ଚନ୍ଦା କୋଚର୍‌ ଦୋଷୀ ସାବ୍ୟସ୍ତ

    ଚନ୍ଦା କୋଚର୍‌ ଦୋଷୀ ସାବ୍ୟସ୍ତ

    ଜେଲ ଗଲେ ଉଦିତ୍‌ ପ୍ରଧାନ

    ଜେଲ ଗଲେ ଉଦିତ୍‌ ପ୍ରଧାନ

    ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

    ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

    ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

    ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

    ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର

    ଜଗତସିଂହପୁରରେ ଯୁବତୀଙ୍କୁ ଗଣବଳାତ୍କାର

    ‘ନାରୀ ନିର୍ୟ୍ୟାତନା ପ୍ରସଙ୍ଗରେ କଂଗ୍ରେସ ସାଲିସ କରିବା ପ୍ରଶ୍ନ ଉଠୁନାହିଁ’

    ‘ନାରୀ ନିର୍ୟ୍ୟାତନା ପ୍ରସଙ୍ଗରେ କଂଗ୍ରେସ ସାଲିସ କରିବା ପ୍ରଶ୍ନ ଉଠୁନାହିଁ’