ଏମ୍ସ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭୁବନେଶ୍ୱର ଏମ୍ସ ଯିବାର କାର୍ଯ୍ୟକ୍ରମ ରହିଛି । ଗୁରୁତର ଛାତ୍ରୀଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଏମ୍ସ ଯିବେ । ଏମ୍ସ ଆସି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବେ ବୋଲି ଜଣାଯାଇଛି । ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ଛାତ୍ରୀଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ଛାତ୍ରୀ ଜଣଙ୍କ ଆହୁରି ୪୮ ଘଣ୍ଟା ଅବଜରଭେସନରେ ରହିବେ । ଶରୀର ବାହ୍ୟ ଅଂଶରୁ ଯେଉଁ କ୍ଷତ ହୋଇଛି ସେଥିରୁ ଜଣାପଡୁଛି ୯୫ ପ୍ରତିଶତ ପୋଡ଼ିଯାଇଛି । ଶରୀରର ଅଧିକାଂଶ ଅଂଶରେ ଡ଼ିପ୍ ବର୍ଣ୍ଣ ହୋଇଛି । ଶ୍ୱାସନଳୀର କିଛି ଅଂଶ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଶନିବାର ଠାରୁ ଭେଣ୍ଟିଲେଟର ସାହାଯ୍ୟରେ ଛାତ୍ରୀଙ୍କୁ ରଖାଯାଇଛି । ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନି । ଶରୀରର ଇଣ୍ଟରନାଲ ପାର୍ଟ ମଧ୍ୟରେ କିଡ଼ନୀ ଏବଂ ଲଙ୍ଗସ ପ୍ରଭାବିତ ହୋଇଛି । ମାତ୍ର ଇଣ୍ଟରନାଲ ପାର୍ଟ କେତେ ଅଧିକ କ୍ଷତି ହୋଇଛି ତାହା ଏବେ କହିବ କଷ୍ଟକର । ଅବସ୍ଥା ଗୁରୁତର ରହିଛି । ବର୍ଣ୍ଣ କେସ୍‌ରେ ଇନଫେକ୍ସନର ସମ୍ଭାବନା ଅଧିକ ଥିବାରୁ ଘର ଲୋକଙ୍କୁ ଦେଖିବାକୁ ମଧ୍ୟ ଛଡାଯାଇନାହିଁ । ଛାତ୍ରୀ ଜଣଙ୍କ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏୟାର ଲିଫ୍ଟିଂ ହେବ କି ନାହିଁ କମିଟି ନିଷ୍ପତି ନେବ । ବିଭିନ୍ନ ବିଭାଗ ଯେମିତିକି ବର୍ଣ୍ଣ ଏବଂ ପ୍ଲାଷ୍ଟିକ, ମେଡ଼ିସିନ ପଲମନାରୀ, କ୍ରିଟିକାଲ କେୟାର, କାର୍ଡ଼ିଓଲୋଜି, ନେଫରୋଲୋଜି, ନର୍ସିଂ ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ସକାଳୁ ଡ୍ରେସିଂ ହୋଇସାରିଛି ।

  • Garvita Odia

    Related Posts

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ…

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼