ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ:ପଞ୍ଚାନନ

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟ ଉପରେ ଆଜି ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି।

ପଞ୍ଚାନନ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଏହି ବଜେଟରେ ଚାଷୀ ଗରିବ ଆଦିବାସୀ ଦଳିତଙ୍କ ପାଇଁ କିଛି ନାହିଁ। ଡବଲ ଇଂଜିନ ସରକାର କେବଳ କୁହାଳିଆ ସରକାର। ଆଜି ଯାଏଁ କିଛି ନୂଆ ଯୋଜନା ନାହିଁ। ଗତକାଲି ବଜେଟରେ ଯେଉଁ ୧୨ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ଟିକସ ଛାଡ କଥା କୁହାଯାଇଛି, ତାହା କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଞ୍ଚାନନ କାନୁନଗୋ କହିଛନ୍ତି ଦେଶରେ କେତେ ଲୋକ ୧୨ ଲକ୍ଷ ବାର୍ଷିକ ଆୟ କରୁଛନ୍ତି। ସର୍ଭେ କହୁଛି ଦେଶର କେବଳ ୧.୨ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ୧୨ ଲକ୍ଷ ଆୟ କରୁଛନ୍ତି। ଆଉ ୬୦ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ। ବାକି ୨୦ ପ୍ରତିଶତ ଲୋକ କେବଳ ୬ ହଜାର ଟଙ୍କାରେ ଚଳନ୍ତି। ବଜେଟରେ ଏପରି ଲୋକଙ୍କ ପାଇଁ କିଛି ନାହିଁ।

  • Related Posts

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ନୂଆଦିଲ୍ଲୀ: ଗଣ ଯୋଗାଯୋଗ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ପ୍ରେସ୍ ସେବା ପୋର୍ଟାଲ୍ ଏବଂ ଇଣ୍ଡିଆ ସିନେ ହବ୍ର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ତଥା ଚଳଚ୍ଚିତ୍ର ଭିତ୍ତିଭୂମି ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ…

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍