ଓଏଏସ୍‌ ସଂଘକୁ ଆଶ୍ୱସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା, କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଓଏଏସ୍‌ ଅଧିକାରୀଙ୍କୁ ଆକ୍ରମଣକାରୀ ଓ ଏହା ପଛରେ ଯେଉଁମାନେ ବି ରହିଛନ୍ତି ସମସ୍ତଙ୍କୁ ଜେଲ୍‌ରେ ପୂରାଇବୁ । ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବୁ, କାହାକୁ ଛାଡ଼ିବୁନି । ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସଂଘର ପ୍ରତିନିଧି ଦଳକୁ ଏଭଳି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ରାତି ପ୍ରାୟ ୧୧ଟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଘଟଣାରେ ପୁଲିସ ତ୍ୱରିତ୍‌ କାର୍ୟ୍ୟାନୁଷ୍ଠାନ ନେଇ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜା ଚାଲିଛି । ଓଏଏସ୍‌ମାନେ ମଙ୍ଗଳବାରଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଛୁଟିରେ ନ ଯିବାକୁ ଅନୁରୋଧ କରିଛନ୍ତି । ମୋ ଉପରେ ଆସ୍ଥା ରଖନ୍ତୁ । ମୁଁ ନିଶ୍ଚୟ ପଦକ୍ଷେପ ନେବି ବୋଲି ସଂଘକୁ କହିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ଓ ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଓଏଏସ୍‌ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ତେବେ ପ୍ରତି ଜିଲ୍ଲା ପ୍ରଶାସନିକ ସେବା ସଂଘ ଓ ରାଜ୍ୟ ପ୍ରଶାସନିକ ସେବା ସଂଘର ସଦସ୍ୟମାନେ ଏକାଠି ହୋଇ ଏହି ଘଟଣାର ନିନ୍ଦା କରନ୍ତୁ । ଏ ସମ୍ପର୍କରେ ପ୍ରସ୍ତାବ ପାରିତ କରି ରାଜ୍ୟ ସଂଘକୁ ପଠାଇବାକୁ ଓଏଏସ୍‌ ସଂଘ ପକ୍ଷରୁ ଅପିଲ୍‌ କରାଯାଇଛି ।
ସନ୍ଧ୍ୟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ଭେଟି ସମୂହ ଛୁଟି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଓଏଏସ୍‌ ସଂଘ କହିଛି, କେବଳ ଏହି ଗୋଟିଏ ଘଟଣା ନୁହେଁ, ବର୍ଷେ ହେଲାଣି ସରକାରୀ ଅଧିକାରୀଙ୍କୁ ଅପମାନିତ କରିବାକୁ ଲଗାତର ଅପପ୍ରୟାସ ଚାଲିଛି । ଏଥିପାଇଁ ଅନେକ ମିଛ କାହାଣୀ ସୃଷ୍ଟି କରାଯାଉଛି । ଅଧିକାରୀମାନେ ଶାରୀରିକ ଆଘାତ ଓ ଅସଦାଚରଣ ସହିତ ମାନସିକ ଯନ୍ତ୍ରଣାକୁ ସାମ୍ନା କରୁଛନ୍ତି । ଏଭଳି ମାନସିକତା ଦୁର୍ଭାଗ୍ୟଜନକ ଓ ଗଭୀର ଚିନ୍ତାଜନକ । ରାଜ୍ୟରେ କାମ କରୁଥିବା ସବୁ ସରକାରୀ ଅଧିକାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି । କାର୍ୟ୍ୟରତ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣର ଅର୍ଥ ପ୍ରଶାସନିକ ଢାଞ୍ଚା ଉପରେ ସିଧାସଳଖ ଆକ୍ରମଣ ।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା