ଓଜନ କମାଇବାର ଘରୋଇ ଉପଚାର

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ ଡାଏଟ୍‌ କଣ୍ଟ୍ରୋଲ୍‌ ଉପରେ ବିଶ୍ୱାସ କରିଥାନ୍ତି। ହେଲେ ଜାଣନ୍ତି କି ଏମିତି ବି କିଛି ସହଜ ଓ ସରଳ ଘରୋଇ ଟିପ୍ସ ରହିଛି; ଯାହାକୁ ଆପଣେଇ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହେବ। ଯେମିତିକି: * ସକାଳୁ ଉଠିବା ପରେ ପ୍ରଥମେ କିଛି ସମୟ ପାଇଁ ଚଲାବୁଲା କରିବା। ଏହି ଉପାୟ ଦ୍ୱାରା ଧୀରେ ଧୀରେ ଶରୀରର ଓଜନ କମିବା ସାଙ୍ଗକୁ ବ୍ୟକ୍ତିଙ୍କୁ ଫ୍ରେଶ୍‌ ଅନୁଭବ ବି ହୋଇଥାଏ। * ପ୍ରତିଦିନ କିଛି କିଛି ସମୟ ଯୋଗ କଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। * ସେହିପରି ସକାଳ ସମୟରେ ଏକ ଗ୍ଲାସ୍‌ ହାଲୁକା ଉଷୁମ ପାଣିରେ ଦୁଇ ଚାମଚ ମହୁ ମିଶାଇ ନିୟମିତ ପିଇଲେ ଶରୀରର ଓଜନ ଧୀରେ ଧୀରେ କମିବାକୁ ଲାଗିଥାଏ। * ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଠିକ୍‌ ସମୟରେ ପାଣି ପିଇବା ବି ନିହାତି ଜରୁରୀ। * ଭୋଜନ କରିବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇଲେ ଏହା ଭୋକକୁ କିଛି ସମୟ ପାଇଁ ଶାନ୍ତ କରି ଦେଇଥାଏ; ଯଦ୍ଦ୍ବାରା ଆବଶ୍ୟକତାଠାରୁ ଆଉ ଅଧିକା ଖାଇହୁଏନି। ଫଳରେ ଓଜନ ବଢ଼ିବାର ଆଶଙ୍କା କମିଯାଏ। * ଲେମନ୍‌ ଟି ହେଉ କି ଗ୍ରୀନ୍‌ ଟି ପିଇବା ଦ୍ୱାରା ବି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହୁଏ ।

  • Related Posts

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

    ଭୁବନେଶ୍ୱର:ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ