ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଯୋଗ ଦେବେ ।
ଦୀର୍ଘ ବର୍ଷ ପରେ ରାଜ୍ୟରେ ବିଜେପି କ୍ଷମତାକୁ ଫେରିଛି । ୨୦୨୪ ଜୁନ୍‌ ୪ ତାରିଖ ଦିନ ଘୋଷଣା ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଅନୁସାରେ ବିଜେପି ସରକାର ଗଢିଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଢିଥିଲା । ୧୨ ଜୁନ୍‌ ୨୦୨୪ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଆଉ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା । ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ କରିବ । ଏଥିପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନା କରାଯାଇଛି । ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ୟ୍ୟକ୍ରମ ରହିଛି । ତେବେ କେବେ ଓ କେତେବେଳେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

  • Garvita Odia

    Related Posts

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବର୍ତ୍ତି ଅଞ୍ଚଳ । ଆସନ୍ତା ୨୪ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ…

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର