କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ

ଝାରସୁଗୁଡ଼ା :ଗୋଟାଏ ଗୋଟାଏ କରି ଛତିଶଗଡ଼ ସରକାର କଲମା ବ୍ୟାରେଜ୍‌ର ସବୁ ଫାଟକ ବନ୍ଦ କରି ଦେଇଛନ୍ତି। ବ୍ୟାରେଜର ୬୬ଟି ଫାଟକ ମଧ୍ୟରୁ ୬୫ଟି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ କେବଳ ଲୋକ ଦେଖାଣିଆ ଭାବରେ ଗୋଟିଏ ଫାଟକ ମାତ୍ର ୫ ସେଣ୍ଟିମିଟର ଖୋଲା ଯାଇଛି । ଏହି ଫାଟକ ଦେଇ ଆସୁଥିବା ପାଣି ତଳକୁ ବହିବା ପରିବର୍ତ୍ତେ ସେଇଠାରେ ଶୋଷିଲା ମହାନଦୀ ଗର୍ଭରେ ଲୀନ ହୋଇଯାଉଛି। ଫଳରେ ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ବ୍ୟାରେଜର ଅପରପାର୍ଶ୍ବରେ ଛତିଶଗଡ଼ ପାଇଁ ଅକାତକାତ ପାଣି ସଂରକ୍ଷିତ ହୋଇ ରହିଛି ଓ ତଳପଟେ ଓଡ଼ିଶା ପାଇଁ ମୁନ୍ଦେ ବି ପାଣି ମିଳୁନାହିଁ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ା ନିକଟରେ ବି ସମାନ ଅବସ୍ଥା। ସୁଖାସୋଢ଼ାରେ ଶୁଖିଲା ମହାନଦୀ ବଖାଣୁଛି ଟ୍ରିପଲ୍‌ ଇଞ୍ଜିନ୍‌ର ବିଫଳତା କଥା ।
ଓଡ଼ିଶା, ଛତିଶଗଡ଼, କେନ୍ଦ୍ରରେ ବିଜେପି ସରକାର ହେଲେ ବି ଛତିଶଗଡ଼-ଓଡ଼ିଶା ମହାନଦୀ ବିବାଦ ଏଯାଏଁ ସମାଧାନ ହେଉନି। ଫଳରେ ମାର୍ଚ୍ଚ ଶେଷ ସପ୍ତାହରୁ କଲମାରୁ ଟୋପାଏ ବି ପାଣି ଆସୁନି। ଯେଉଁ ସୁଖାସୋଢ଼ାରେ କିଛି ବର୍ଷ ପୂର୍ବରୁ ଖରାଦିନେ ବି ମହାନଦୀ ଲହଡ଼ି ଭାଙ୍ଗୁଥିଲା; ଆଜି ସେହି ସୁଖାସୋଡ଼ାରେ ମହାନଦୀରେ ଉଡ଼ୁଛି ଧୂଳି। ପରିଣତିସ୍ୱରୂପ ସାରା ବର୍ଷ ମହାନଦୀ ଜଳରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବେ ରୋଜଗାରର ହରାଇଛନ୍ତି।

ଅନ୍ୟପଟେ ମହାନଦୀ ଜଳକୁ ବ୍ୟବହାର କରି ରବି ଫସଲ କରୁଥିବା ଚାଷୀମାନେ ମଧ୍ୟ କୌଣସି ଚାଷକରି ପାରୁନାହାନ୍ତି। ବିଡ଼ମ୍ବନା ହେଉଛି ଛତିଶଗଡ଼ ପଟେ ମହାନଦୀରେ ବିଶାଳ ଜଳରାଶି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶା ପଟେ ବିରାଟ ମରୁଭୂମି ପରି ଦେଖାଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ଓଡ଼ିଶାର ନଦୀକୂଳର ବାସିନ୍ଦା କିଭଳି ହଇରାଣ ହୁଅନ୍ତି ତାହା ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ମଣିଷ ଠାରୁ ଗୋରୁ ପର୍ୟ୍ୟନ୍ତ ଡହକବିକଳ ହେଉଥିବା ବେଳେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀ ତଳମୁଣ୍ଡରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଅନ୍ୟପଟେ ମହାନଦୀରେ ପାଣି ନ ଥିବାରୁ ଓଡ଼ିଶା ପଟେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଛି।

  • Garvita Odia

    Related Posts

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ…

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼