କୋଇଲା ଲୁଟ୍ ଘଟଣା ଯାଞ୍ଚର କରୁଛି ଏସଆଇଟି ଟିମ୍

ସୁନ୍ଦରଗଡ଼: କୋଇଲା ଲୁଟ ଘଟଣା। ଆଜି ଦ୍ଵିତୀୟ ଦିନରେ ବି ଏସଆଇଟି ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶର ଏକ ମାସ ପରେ ତୃଣମୂଳ ସ୍ତରରୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଟିମ। କଟକ ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣନ୍‌ଙ୍କ ନେତୃତ୍ବରେ ଜଣେ ଡିଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କ ସହ ଦୁଇଜଣ ଭୂତତ୍ତ୍ବବିତ୍‌ଙ୍କ ସମେତ ୧୦ ଜଣିଆ ଟିମ ସମସ୍ତ ଚୋରା ଖଣି ଯାଇ ଯାଞ୍ଚ କରିବା ସହ ଡିଜିପିଏସ ସାହାଯ୍ୟରେ ପୁଣି ଥରେ ଖୋଳାଯାଇଥିବା ଖଣିର ଆକଳନ କରିଛି। ଏହି ଦଳଙ୍କ ସହ ତହସିଲଦାର ସାରିକାରାଣୀ ଧମେଲ, ଗୋପାଳପୁର ରାଜସ୍ବ ନୀରିକ୍ଷକ ସୁନୀଲ ପଟେଲ, ଡୁଡୁକା ଫରେଷ୍ଟ ରେଞ୍ଜର ହରିହର ପାତ୍ର, ଖଣି ଅଧିକାରୀ ମଙ୍ଗଳ ହେମ୍ବ୍ରମ ଓ ଅନ୍ୟ ଖଣି ବିଭାଗ ଅଧିକାରୀ ସହ ଓରସାକ ଟିମ ଓ ଭୁବନେଶ୍ବରର ସ୍ବତନ୍ତ୍ର ଏନଫର୍ସମେଣ୍ଟ ଟିମ ମଧ୍ୟ ସାମିଲ ରହିଛନ୍ତି। ଏହି ଟିମ ଗୋପାଳପୁର ପଞ୍ଚାୟତର ତେଲେନଡିହି ରାଜସ୍ବ ଜଙ୍ଗଲ ମଧ୍ୟରେ ୧୪ଟି ଚୋରା ଖଣି ଯାଞ୍ଚ କରିଥିଲେ। ଏହା ପରେ ଭୋଗ୍ରାକଚ୍ଛାରର ଜାମକାନୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ତିନୋଟି ଚୋରା ଖଣି ଯାଞ୍ଚ ପରେ ରତନସରାରେ ମଧ୍ୟ କୋଇଲା ଖଣିର ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସହ ଡିଜିପିଏସ ସର୍ଭେ ମଧ୍ୟ କରାଯାଇଥିଲା। ଏହା ପ୍ରାଥମିକ ତଦନ୍ତ, ଏହା ପରେ ଆହୁରି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯିବ। ଖଣି ସବୁ କେତେ ପୁରୁଣା, ପୂର୍ବରୁ କେବେ କେବେ ଖଣି ଚୋରି ହୋଇଛି ସେସବୁ ଯାଞ୍ଚ କରାଯିବ। ତଦନ୍ତ ପରେ ଯାହା ନିଷ୍କର୍ଷ ବାହାରିବ ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଟିମର ମୁଖ୍ୟ କଟକ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ୍।

  • Garvita Odia

    Related Posts

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

    କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ