କୋଟିପତି ବୌଦ୍ଧ ଏମଭିଆଇ ଗିରଫ

ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଝିଅର ମେଡିକାଲ ପାଠପଢ଼ାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ । ରବିବାର ଭିଜିଲାନ୍ସ ଟିମ୍‌ ବାରିପଦା ପ୍ରଫୁଲ୍ଲନଗରସ୍ଥିତ ଆବାସିକ ବାସଭବନ, ବାଗଡ଼ିହସ୍ଥିତ ସମ୍ପର୍କୀୟଙ୍କ ଘର, ଖୁଣ୍ଟାସ୍ଥିତ ପୈତୃକ ଘର, ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ କାର୍ୟ୍ୟାଳୟ ପ୍ରକୋଷ୍ଠ ଓ ଭଡ଼ା ଘର, ଭୁବନେଶ୍ୱରରେ ରହୁଥିବା ଝିଅଙ୍କ ଫ୍ଲାଟ ସମେତ ୬ ଜାଗାରେ ଚଢ଼ଉ କରିଥିଲା । ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଶ୍ରୀ ହାଁସଦାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ବାରିପଦା ପ୍ରଫୁଲ୍ଲନଗରରେ ଦୁଇ ମହଲା କୋଠା ଯାହା ୩୩୦୦ ବର୍ଗଫୁଟ୍‌ରେ ଠିଆ ହୋଇଛି । ବାରିପଦା ଟାଉନ୍‌ରେ ୪୩ଟି ଓ ବାଲେଶ୍ୱରରେ ୧ଟି ପ୍ଲଟ ରହିଛି । ଏଥିସହ ୧ କେଜି ସୁନା ଅଳଙ୍କାର (୨ଟି ସୁନା ବସ୍କୁଟ), ଦୁଇ କେଜିରୁ ଅଧିକ ରୁପା, ୧ କୋଟି ୩୪ ଲକ୍ଷ ଟଙ୍କାର ବ୍ୟାଙ୍କ୍‌, ପୋଷ୍ଟାଲ, ବୀମା ରାଶି ଜମା ରହିଛି । ଏଥିସହ ଗୋଟିଏ କାର୍‌, ୩ଟି ବାଇକ୍‌ ଏବଂ ୧୬ ଲକ୍ଷ ଟଙ୍କାର ମୂଲ୍ୟବାନ ଗୃହ ଉପକରଣ ଠାବ ହୋଇଛି । ସେ ଝିଅକୁ ମେଡିକାଲ୍‌ ପାଠ ପଢ଼ାଇବାକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ହିସାବ ମିଳିଛି । ଶ୍ରୀ ହାଁସଦାଙ୍କ ପାଖରୁ ଏକ ଡାଏରି ମିଳିଛି । ଯେଉଁଥିରେ ବେନାମୀ କଳାଧନର ଚିଠା ଥିବା ଜଣାପଡିଛି । ଚଢ଼ଉରେ ୪ ଡିଏସ୍‌ପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ସାମିଲ ଥିଲେ । ସୂଚନାଯୋଗ୍ୟ, ୨୦୨୪ ଫେବୃଆରୀରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହାର ଦେଢ଼ବର୍ଷ ପରେ ଜଣେ ଏମ୍‌ଭିଆଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

  • Related Posts

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ…

    Leave a Reply

    Your email address will not be published. Required fields are marked *

    You Missed

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ