ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସ୍ୱତନ୍ତ୍ର ଅଦାଲତ ଏପରି ରାୟ ଦେଇଛନ୍ତି। ଆଜୀବନ ଜେଲଦଣ୍ଡ ସହ ତାଙ୍କ ଉପରେ ୧୧ ଲକ୍ଷ ଟଙ୍କାର ଜୋରିମାନା ଲଗା ଯାଇଛି। ଏହି ଜୋରିମାନା ଅର୍ଥ ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ଦିଆଯିବ।

ପ୍ରଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ନାତି। ଏବେ ସେ ୪୮ ବର୍ଷୀୟ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦଣ୍ଡ ପାଇଛନ୍ତି। ୪୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ଭିଡିଓକୁ ମଧ୍ୟ ଭାଇରାଲ କରିବା ମାମଲାରେ ପ୍ରଜ୍ୱଳ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସନ ଜିଲ୍ଲାର ହୋଲେନାରାସିପୁର ସ୍ଥିତ ରେଭାନ୍ନାଙ୍କ ପରିବାର ମାଲିକାନାରେ ଥିବା ଫାର୍ମ ହାଉସରେ ଘରୋଇ ସହାୟିକା ଭାବେ ମହିଳା ଜଣଙ୍କ କାମ କରୁଥିଲେ। କିନ୍ତୁ ୨୦୨୧ ପରଠାରୁ ପ୍ରଜ୍ୱଳ ରେଭାନ୍ନା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏପରି କି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିଥିଲେ। ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ମହିଳାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ। ଏଥିସହ ନିଜ ଇଚ୍ଛା ଅନୁସାରେ ତାଙ୍କୁ ଉପଭୋଗ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।
ଦୁଷ୍କର୍ମ ମାମଲା ରୁଜୁ ହେବାର ମାତ୍ର ୧୪ ମାସ ମଧ୍ୟରେ କୋର୍ଟ ଏହାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। ଆଜୀବନ ଜେଲଦଣ୍ଡ ସହ କୋର୍ଟ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି।

  • Related Posts

    କେନାଲକୁ ଖସିଲା କାର୍:୧୧ ମୃତ

    ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।…

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ