ଚନ୍ଦାପଣର ଶିକାର ହେଉଛନ୍ତି କି?

ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର ହେବାକୁ ପଡେ । କିନ୍ତୁ କମ୍ ବୟସରେ ଚନ୍ଦାପଣ ଗ୍ରାସ କରିବା ଏକ ବଡ଼ ସମସ୍ୟା । ତେବେ କିଛି ଟିପ୍ସ ଆପଣାଇ ଆପଣ ନିଜ ଚୁଟିର ଧ୍ୟାନ ରଖିପାରିବେ । ଏବେ ପ୍ରଶ୍ନ ଉଠୁଛି କାହିଁକି ଅଧିକ ଲୋକ ଏହି ଚନ୍ଦାପଣର ଶିକାର ହୁଅନ୍ତି? ହର୍ମୋନାଲରେ ପରିବର୍ତ୍ତନ , ଶରୀରରେ ପୋଷକ ତତ୍ତ୍ୱର ଅଭାବ , କେମୋଥେରାପି କିମ୍ବା ଅତ୍ୟଧିକ ଔଷଧ ସେବନ ,ଚାପଗ୍ରସ୍ତ ,ଶୀଘ୍ର ଓଜନରେ ହ୍ରାସ,ଗମ୍ଭୀର ରୋଗ ଇତ୍ୟାଦି । ଏହା ଦ୍ୱାରା ଶରୀରରେ ମେଟାବଲିଜମର ମାତ୍ରା ବଢେ ଏବଂ ଚନ୍ଦାପଣର ସମସ୍ୟା ଦେଖାଯାଏ । ହେୟାର୍ ଗ୍ରୋଥ୍ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଅଣ୍ଡା,ମାଛ , କମ୍ ଚର୍ବି ଥିବା ମାଂସରେ ପ୍ରୋଟିନର ମାତ୍ରା ଅଧିକ ଥାଏ । ଯାହା ଚୁଟି ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ଖାଦ୍ୟରେ ଜରୁରୀ ଭିଟାମିନ୍ ସାମିଲ୍ କରନ୍ତୁ । ଭିଟାମିନ୍ ଏ ଚୁଟିମୂଳରେ ପ୍ରାକୃତିକ ତେଲ ବିକାଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଭିଟାମିନ୍ ଇ ରକ୍ତ ସଞ୍ଚାଳନକୁ ବଢାଇଥାଏ । ବେଳେବେଳେ ଘରୋଇ ଉପଚାର ମଧ୍ୟ ଚୁଟି ବଢାଇବାରେ ସହାୟକ ହୋଇଥାଏ । ରସୁଣ ଏଥିପାଇଁ ଭଲ ମସାଜର୍ ହୋଇପାରେ । ରସୁଣ,ପିଆଜ,ଅଦାର ରସକୁ ଆପଣ ମୁଣ୍ଡରେ ମାଲିସ୍ କରିପାରିବେ । ରାତିରେ ମାଲିସ୍ କରି ସକାଳେ ଧୋଇପାରିବେ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ,ଏହା କରିବା ଦ୍ୱାରା ଆପଣଙ୍କ ଚୁଟି ପୁନର୍ବାର ବଢିଯିବ । ଆମେ ପ୍ରତିଦିନ ଖାଦ୍ୟ ଖାଇଲା ଭଳି ଚୁଟିକୁ ମଧ୍ୟ ଖାଦ୍ୟ ଦରକାର ଏବଂ ପ୍ରତିଦିନ କିଛି ଡ୍ରପ୍ ତେଲ ନେଇ ହାଲକା ହାଲକା ମସାଜ୍ କଲେ ରକ୍ତ ସଞ୍ଚାଳନ ହେବା ସହ ଚୁଟିର ଗ୍ରୋଥ୍ ମଧ୍ୟ ବଢିଥାଏ । ବଜାରରେ ଅନେକ ପ୍ରକାରର କ୍ୟାମିକାଲଯୁକ୍ତ ସାମ୍ପୁ ବିକ୍ରି ହେଉଛି । ବିଜ୍ଞାପନ ଆଳରେ ଯଦି ଏସବୁ ଆପଣ ଚୁଟିରେ ବ୍ୟବହାର କରୁଛନ୍ତି ତାହେଲେ ଚୁଟି ଝଡ଼ିବା ଭଳି ସମସ୍ୟା ହିଁ ଦେଖାଯିବ । ତେଣୁ ସାମ୍ପୁ କିଣିବା ପୂର୍ବରୁ ପ୍ରଥମେ ସାମ୍ପୁରେ ବ୍ୟବହୃତ ସାମଗ୍ରୀ ଉପରେ ନଜର ପକାନ୍ତୁ । ଜୋଜୋବା,ନଡ଼ିଆ ତେଲ ,ଅଲିଭ୍ ଅଏଲ୍ , ପ୍ରୋଟିନ୍ , ଆଲୋବେରା,କେଫିନ୍ ଭଳି ସାମଗ୍ରୀ ଥିଲେ ହିଁ ସାମ୍ପୁ କିଣନ୍ତୁ ।

୮ ରୁ ୯ ଘଣ୍ଟା ଶୁଅନ୍ତୁ : ନିସ୍ତେଜ ବା ଶୋଇବା ସମୟରେ ଆମ ଶରୀରର ମରାମତି କାମ କରିଥାଏ । ଗ୍ରୋଥ୍ ହର୍ମୋନ୍ , ସେଲ୍ ପ୍ରଡ଼କ୍ସନ୍ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ହେୟାର୍ ଗ୍ରୋଥ୍ ଶୀଘ୍ର ହୋଇଥାଏ ।

Related Posts

ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର…

Leave a Reply

Your email address will not be published. Required fields are marked *

You Missed

ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ