ଚାକିରୀ ଦେବା ନାଁରେ ଠକେଇ , ଦୁଇ ଭାଇ ଗିରଫ

ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଏମାନେ କଟକ ମଧୁପାଟଣା ଅଞ୍ଚଳରେ ଏକ ବେଆଇନ୍ ଅଫିସ୍ ଖୋଲି ଖବରକାଗଜରେ ବିଜ୍ଞାପନ ଦେଇ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି।
ଅଭିଯୁକ୍ତ ଦୁଇ ଭାଇ କଟକର ଥୋରିଆ ସାହି ଅଞ୍ଚଳର ଅର୍ଚ୍ଚିତ ଦାସ ଏବଂ ଅର୍ପିତ ଦାସ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ କାର, ଗୋଟିଏ ସ୍କୁଟି ଓ ନକଲି ନିଯୁକ୍ତି ପତ୍ର ସବୁ ଜବତ କରିଛି। ଏସସିବି ମେଡିକାଲ ସମେତ ରାଜ୍ୟର ଅନ୍ୟ ବଡ଼ ବଡ଼ ସରକାରୀ ମେଡିକାଲରେ ଏଏନ୍ଏମ୍, ଜିଏନ୍ଏମ୍, ଅଫିସ୍ ଆସିଷ୍ଟାଣ୍ଟ ଭଳି ପଦରେ ଚାକିରି କରାଇଦେବା କହି ଏମାନେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ପୁଲିସ କହିଛି।
ପୁଲିସ କହିବା ଅନୁସାରେ ଏମାନେ ଖବରକାଗଜରେ ଚାକିରି ବିଜ୍ଞପ୍ତି ମଧ୍ୟ ଦେଇଥିଲେ। ଚାକିରି ଆଶାରେ ଆଶାୟୀ ଏମାନଙ୍କ ପାଖକୁ ଆସିବା ପରେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ନକଲି ନିଯୁକ୍ତି ପତ୍ର ନେଇ ଆଶାୟୀ ଯେତେବେଳେ ମେଡିକାଲରେ ପହଞ୍ଚିଥିଲେ, ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏହାପରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୁଲିସ ଦୁଇ ଦଲାଲ ଭାଇଙ୍କୁ ଗିରଫ କରିଛି। ଏମାନେ ଏକ ରାକେଟ୍ ଚଳାଇଥିଲେ ବୋଲି ଜଣାପଡ଼ିଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା କହିଛନ୍ତି ଏସିପି।

  • Related Posts

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର: ବଳାଙ୍ଗା ପୀଡ଼ିତାଙ୍କ ମୃତୁ୍ୟକୁ ନେଇ ଇସ୍ତଫା ପ୍ରସଙ୍ଗରେ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତେବେ ମୁଁ…

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିହାର : ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା