ଚିତାଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଗୁରୁବାର ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଅପରାହ୍ନ ୨ଟା ୩୦ ପରଠୁ ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ। ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି।

ଚିତଉ ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ। ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି। ସେଥି ପାଇଁ “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା ବାଲେଶ୍ୱର, ମୟୂୂରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।

  • Garvita Odia

    Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା…

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ