ଛତୁଆ ଖାଇ ଦୁଇ ଭଉଣୀ ମୃତ

ଗଜପତି: ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ବଡ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ସ୍ଥାନୀୟ ଆଶା ଦିଦି ଶାନ୍ତିଲତା ବଡମୁଣ୍ଡି ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସମ୍ପୃକ୍ତ ଆଶା ଦିଦି ହିଁ ଛତୁଆ ଖାଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି।

  • Related Posts

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨…

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    Leave a Reply

    Your email address will not be published. Required fields are marked *

    You Missed

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା

    ଆଜି ମୁଁ ଶୂନ୍ୟ ହୋଇଗଲି: ହେମନ୍ତ ସୋରେନ

    ଆଜି ମୁଁ ଶୂନ୍ୟ ହୋଇଗଲି: ହେମନ୍ତ ସୋରେନ

    ଶିବୁ ସୋରେନଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

    ଶିବୁ ସୋରେନଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

    ଚିତ୍ରୋପଳାରେ ଭାସିଗଲେ କାଉଡ଼ିଆ

    ଚିତ୍ରୋପଳାରେ ଭାସିଗଲେ କାଉଡ଼ିଆ

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ