ଜଳିଗଲେ ଆଉ ଜଣେ ଛାତ୍ରୀ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଳି ଯାଇଛନ୍ତି ଜଣେ ଛାତ୍ରୀ। ଘର ଭିତରୁ ମିଳିଛି ଛାତ୍ରୀଙ୍କ ଜଳନ୍ତା ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଜାଳି ଦେଇଛି ନା ଜୀବନ୍ତ ଜାଳିଦେଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ତିନିରେ ପଢୁଥିଲେ। ଏବର୍ଷ ତାଙ୍କର ଶେଷ ବର୍ଷ ଥିଲା। ଘରେ ସେ ତାଙ୍କ ବାପା ଓ ମା’ଙ୍କ ସହିତ ରହୁଥିଲେ। ତାଙ୍କ ଭାଇ ଗୁଜରାଟରେ ରହନ୍ତି।

ଆଜି ସକାଳେ କୌଣସି କାମରେ ମୃତ ଛାତ୍ରୀଙ୍କ ବାପା ଓ ମା’ ପଟ୍ଟାମୁଣ୍ଡାଇର ପତ୍ରପୁରକୁ ଯାଇଥିଲେ। ସେମାନେ ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ଝିଅ ଦ୍ୱାର ଫିଟାଇ ନଥିଲେ। ତା’ପରେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ତଥାପି କିଛି ଉତ୍ତର ମିଳି ନଥିଲା। ତେଣୁ ତାଙ୍କ ବାପା ପଡ଼ୋଶୀଙ୍କୁ ଡାକିଥିଲେ ଓ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ଘର ଭିତରେ ଥିବା ସିଡିରେ ଝିଅର ଜଳନ୍ତା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

  • Related Posts

    ଝିଆରୀକୁ ଗର୍ଭବତୀ କଲା ପିଉସା

    କାଳିପଦା : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି ସମ୍ପର୍କୀୟ ପିଉସା ।ଗୁରୁବାର ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପୀଡିତାଙ୍କ ପରିବାର…

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡ଼ା ଗ୍ରାମରେ ଯୁକ୍ତ ୩ ଛାତ୍ରୀ ମୃତ୍ୟୁ ମାମଲାରେ ଫୋରେନସିକ ଟିମ୍‌ ତଦନ୍ତ ଜାରି ରଖିଛି। ଶୁକ୍ରବାର ୨ୟ ଥର ଲାଗି ୪ ଜଣିଆ ଫୋରେନସିକ୍ ଟିମ୍ ମୃତା ଛାତ୍ରୀଙ୍କ ଘରେ ପହଞ୍ଚି ପରିବାର…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ