ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତାଙ୍କୁ ହତ୍ୟା ଧମକ ଦେଇ ଜଣେ ଯୁବକ ଗିରଫ । ଟଙ୍କା ନଦେଲେ ହତ୍ୟା କରିବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ । କେନ୍ଦୁଝର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଜଣକ ହେଲେ କୁଳମଣି ସେନାପତି ଓରଫ ସୋମନାଥ
ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି,”ଜଣେ ଯୁବକ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ବାରମ୍ବାର ଫୋନ କରି ହତ୍ୟା ଧମକ ଦେଇଥିଲେ,ପରେ ସେ ଆସି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଫୋନ ନମ୍ବରକୁ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିର ନାଁ ଏବଂ ଠିକଣ ଜଣାପଡ଼ିଥିଲା । ପରେ ତାକୁ ଧରିବା ପାଇଁ ଉଦ୍ୟମ ବେଳେ ସେ ମୋବାଇଲ ଫୋନ ଓ ଯେଉଁ ସିମରୁ କଲ୍ କରିଥିଲା ତାକୁ ମଧ୍ୟ ନଷ୍ଟ କରିଦେଇଥିଲା ।ପରେ ତାକୁ ଘଷିପୁରା ଥାନା ସହାୟତାରେ ଗିରଫ କରି କୋର୍ଟ ଚାଲାଣ କରିଛୁ।”
ସେ ଆହୁରି ମଧ୍ୟ କହିଛନ୍ତି,” ଗିରଫ ଯୁବକ ଜଣଙ୍କ ଜଣେ ଭଲ ପରିବାରର ଯୁବକ । ସେ କୌଣସି ଚାକିରି କମ୍ବା ବ୍ୟବସାୟ କରୁନଥିବାରୁ ବେକାର ହୋଇ ବୁଲାବୁଲି କରନ୍ତି । ତେବେ ଗତ ଫେବ୍ରୁଆରୀ ମାସ ତିନି ତାରିଖରେ ଦିନ ପ୍ରାୟ ୧୨ଟା ସମୟରେ ଜୟ ଦେବ ଜେନାଙ୍କ ମୋବାଇଲକୁ କଲ୍ କରିଥିଲେ । ସେ କିଛି ନିର୍ଦ୍ଧିଷ୍ଟ ଡିବେଟକୁ ନେଇ ବିରୋଧ କରିବା ସହ ତାଙ୍କୁ ଟଙ୍କା ପଠାଇବାକୁ ଦାବି କରିବା ସହ ଧମକାଇ ଥିଲେ । କେବଳ ସେତିକି ନୁହେଁ ଥରେ ନୁହେଁ ଦୁଇରୁ ତିନି ଥର କଲ୍ କରି ୫୦ ହଜାର ଟଙ୍କା ଦାବି କରିବା ସହ ନଦେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲା ।ଏନେଇ କ୍ୟାପିଟାଲ ଥାନାରେ ସେ ଅଭିଯୋଗ କରିଥିଲେ ।”