ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକା: ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ । ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି ସରକାରର ଅଭିନବ ଯୋଜନାକୁ ଦକ୍ଷତାର ସହ କାର୍ୟ୍ୟକାରୀ କରି ଏ ସଫଳତା ସେ ପାଇଛନ୍ତି । ବହୁ ପୁରୁଖା ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି ୧୪ ମାସର ସରକାରର ମଙ୍ଗ ଧରିଥିବା ଶ୍ରୀ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ କରିଛନ୍ତି । ଜାତୀୟସ୍ତରର ଜଣାଶୁଣା ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି ।ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି । ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତାକୁ ମୂଲ୍ୟାୟନ କରିଛନ୍ତି । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ହିମନ୍ତଙ୍କ କାର୍ୟ୍ୟରେ ସନ୍ତୋଷ ପ୍ରକଟ କରିଛନ୍ତି । ଓଡ଼ିଶାର ଯେତିକି ଲୋକ ସର୍ଭେରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ୩୪.୨ ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଦକ୍ଷତା ଓ କାର୍ୟ୍ୟକଳାପରେ ଖୁସି ଅଛନ୍ତି । ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋହନଙ୍କ ଠାରୁ ପଛରେ ଅଛନ୍ତି । ମମତା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବମ ସ୍ଥାନରେ ରହିଛନ୍ତି । ଦେଶର ବଡ଼ ରାଜ୍ୟର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦ୍ୱିତୀୟ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ୪ର୍ଥ ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ୫ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିଲା ବେଳେ ୬ଷ୍ଠ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୭ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ୧୦ ସ୍ଥାନରେ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ।

୨୦୨୪ ନିର୍ବାଚନରେ ବିଜେପି ଅବିଶ୍ୱସନୀୟ ସଫଳତା ପାଇ କ୍ଷମତାକୁ ଆସିଲା । ବିଜେପି ହାଇକମାଣ୍ଡ ଭରସା କରି ମୁଖ୍ୟମନ୍ତ୍ରୀ ଭାର ମୋହନଙ୍କୁ ଦେଲେ । ପ୍ରଶାସନିକ ଅଭିଜ୍ଞତା ନଥାଇ ମଧ୍ୟ ୧୪ ମାସ ମଧ୍ୟରେ ସରକାରକୁ ଲୋକଙ୍କ ସରକାର ଓ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ କରାଇବାରେ ସେ ସଫଳ ହୋଇଛନ୍ତି ।

  • Related Posts

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

    Continue reading
    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ଭୁବନେଶ୍ୱର,03।09: ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଆତ୍ମହତ୍ୟାର ଖବର ଆସୁଛି, ଏହାକୁ କିଭଳି ରୋକାଯିବ, ସେନେଇ ବୁଧବାର ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ