ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି:ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର । କିଏ ହେବ ଆଉଟ୍‌, କିଏ ହେବ ଇନ୍‌ । ଏନେଇ ଚାଲିଛି କଳ୍ପନାଜଳ୍ପନା । ରାଜ୍ୟ କ୍ୟାବିନେଟ୍‌ର ୬ ମନ୍ତ୍ରୀ ପଦ ଖାଲି ପଡିଛି । ଯାହାକୁ ନେଇ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା ।ତେବେ ଖୁବଶୀଘ୍ର ଖାଲି ଥିବା ମନ୍ତ୍ରୀ ପଦକୁ ପୂରଣ କରାଯିବ ବୋଲି ନିକଟରେ କହିଥିଲେ ରାଜ୍ୟ ବିଜେପି ସଭାପତି । ୨ୟ ଥର ଲାଗି ରାଜ୍ୟ ବିଜେପି ସଭାପତିର ମଙ୍ଗ ଧରିବା ପରେ ମନମୋହନ ସାମଲ ଏହି ସୂଚନା ଦେଇଥିଲେ । ଏହାସହିତ ଖାଲି ପଡିଥିବା ନିଗମ ଓ ବୋର୍ଡର ଅଧ୍ୟକ୍ଷଙ୍କୁ ବି ଖୁବଶୀଘ୍ର ନିଯୁକ୍ତି ଦିଆଯିବ।

ମିଳିଥିବା ଖବର ଅନୁସାରେ, ରାଜ୍ୟରେ ଖାଲିଥିବା ମନ୍ତ୍ରୀ ପଦ ଏବଂ ନିଗମ ଓ ବୋର୍ଡରେ କେଉଁ ନେତାଙ୍କ ନିଯୁକ୍ତି ଦିଆଯିବ । ସେନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ତାପରେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ମୋହର ମରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଧାର୍ୟ୍ୟ ତାଲିକା ହାଇକମାଣ୍ଡଙ୍କୁ ଦେଖାସରିଛି । ଆଉ ଏବେ ଶେଷ ଥର ପାଇଁ ବରିଷ୍ଠ ନେତାଙ୍କୁ ତାଲିକା ପ୍ରଦାନ କରାଯିବ । ଆଗାମୀ ଦିନରେ କିପରି ସଂଗଠନ ଓ ସରକାର ଏକାଠି କାମ କରିବେ । ତା ଉପରେ ମଧ୍ୟ ଆଲୋଚନା ହେବ। ତେଣୁ ମନ୍ତ୍ରୀ ଓ ନିଗମର ଅଧ୍ୟକ୍ଷଙ୍କ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପସନ୍ଦ ଓ ସମର୍ଥନ ବଡ଼ ଭୂମିକା ରହିପାରେ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ରାଜ୍ୟରେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ…

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏଫ୍‌ଏମ୍‌ କଲେଜରେ ଜଣେ ଯୁବତୀ ନ୍ୟାୟ ନ ପାଇ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼