ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର:ଶନିବାର ଠାରୁ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁରରେ ପହଞ୍ଚି ସେଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ଏଥିସହ ସକଳ ଜନ ମାନସର ସ୍ୱାସ୍ଥ୍ୟର ସମୃଦ୍ଧି କାମନା କରି ମାଆଙ୍କ ନିକଟରେ ଦୀପ ଦାନ କରିଛନ୍ତି। ଏହାପରେ ଓଡ଼ିଶା ସର୍ଭିସ୍ ସ୍କୁଲ ଫର ବ୍ଲାଇଣ୍ଡର ଛାତ୍ରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ମାଆ ବୁଢୀ ଠାକୁରାଣୀ ମନ୍ଦିରର ଉନ୍ନୟନ କର୍ୟ୍ୟ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ, ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ୟ୍ୟନଗର ବିଧାୟକ ପ୍ରତାପ ନାୟକ,ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ,ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ସମେତ ପ୍ରମୁଖ ମାଆଙ୍କ ଦର୍ଶନ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଏହାପରେ ରାମଲିଙ୍ଗେଶ୍ୱର ପାର୍କ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିରଙ୍ଗା ରାଲିରେ ଯୋଗଦେଇଛନ୍ତି। ସେହିପରି ରାଲି ଶେଷ ହେବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଭିମୁଖେ ପ୍ରସ୍ଥାନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦିନ ୧୧ ଟାରେ ବିଶ୍ଵବିଦ୍ୟାଳୟ ୨୬ତମ ସମାବର୍ତ୍ତନ ଦିବସରେ ଯୋଗଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି। ଏହା ପରେ ଦିନ ୧ଟାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ବାହାରି ଆଇଜର୍ ଯିବେ। ଅପରାହ୍ନ ୩ଟାରେ ଆଇଜର ଉତ୍ସବରେ ଯୋଗଦେବେ ଏବଂ ଅପରାହ୍ନ ୫ଟାରେ ଆଇଜର୍ ସେଣ୍ଟ୍ରାଲ୍ ଆନାଲିଟିକାଲ୍ ଫେସିଲିଟି, ବୟଜ୍ ହଷ୍ଟେଲ ଷ୍ଟାଫ୍ ଉଦ୍‌ଘାଟନ କରିବେ। ଏହାପରେ ସନ୍ଧ୍ୟା ୬.୩୦ରେ ଆଇଜର ସମୀକ୍ଷା ବୈଠକରେ ଯୋଗଦେଇ ଗୋପାଳପୁର ଫେରିବାର କାର୍ୟ୍ୟକ୍ରମ ହୋଇଛି।

  • Related Posts

    ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର

    ଛତ୍ରପୁର: ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର । ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା…

    ବଳଙ୍ଗାରେ ଆଜି କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା

    ଭୁବନେଶ୍ୱର : ବଳଙ୍ଗା ନାବାଳିକା ମୃତ୍ୟୁକୁ ନେଇ ଆଜି କଂଗ୍ରେସ ବଳଙ୍ଗାରେ ନାରୀ ନ୍ୟାୟ ପଦଯାତ୍ରା କରିବ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେପି ସରକାର ଶାସନରେ ନାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ନାରୀ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ