ଦୁଇ ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ସସପେଣ୍ଡ୍

ଢେଙ୍କାନାଳ: ଢେଙ୍କାନାଳରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଦୁଇ ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ସସପେଣ୍ଡ୍ କରିଛନ୍ତି ଏସପି। ସଦର ଥାନାର ରୋଜାଲିନ ମିଞ୍ଜ ଓ ଟାଉନ ଥାନାର ଉତ୍କଳ ବିଜୟ ମହାନ୍ତି ନିଲମ୍ବିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କୌଣସି କାର୍ୟ୍ୟାନୁଷ୍ଠାନ ନିଆ ନ ଯିବାରୁ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଏସପି ଅଫିସ ସମ୍ମୁଖରେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ।ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁମର ଅମରନାଥ ଜେନାଙ୍କ ପତ୍ନୀ। ସେ ସ୍ୱାମୀଙ୍କ ସହିତ ଅନୁଗୁଳର ରୁହନ୍ତି। ମହିଳାଙ୍କ ବାପଘର ଜଗତସିଂହପୁର ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ମାତ୍ର ତାଙ୍କର ଜଣେ ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ୟାତନା ସହି ନ ପାରି ବାରମ୍ଵାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ଗୁହାରି କରିବା ପାଇଁ ଦୌଡୁଥିଲେ। ହେଲେ କେହି ତାଙ୍କ କଥା ନଶୁଣି ପରସ୍ପର ଥାନାକୁ ପଠାଉଥିଲେ।
ଏଥିରେ ଅତିଷ୍ଠ ହୋଇ ଆଜି ସାଥିରେ ପେଟ୍ରୋଲ ଓ ଡିଆସିଲି ଆଣି ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି। ପୁଲିସ ପେଟ୍ରୋଲ ଓ ଦିଆସିଲ ସହିତ ମହିଳାଙ୍କୁ ଉଦ୍ଧାର କରିଛି । ଏହି ଘଟଣା ପରେ ଢେଙ୍କାନାଳ ଏସ ପି ଅଭିନବ ସୋନକର ଉଭୟ ସଦର ଓ ଟାଉନ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରିଥିଲେ।

  • Related Posts

    ଭିଜିଲାନ୍ସ ଜାଲରେ ଏସ୍‌ଆଇ

    ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଏସ୍‌ଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍‌ଆଇ ଜଗା ବରିହା । ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଧରିଛି…

    Continue reading
    ଗୁଳି-ବୋମା ଫୁଟାଇ ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଜଂକିଆ,24/08:ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସରରେ ୮ ଜଣ ଦୁର୍ବୃତ୍ତ ଗୁଳି ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ