ଧାରଣାରେ ୫୫ ଆଦିବାସୀ ପରିବାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍‌ ସଂଯୋଗ ଦାବିରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍‌ର ୫୫ ଆଦିବାସୀ ପରିବାର। ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କରିଛନ୍ତି ଏହି ଆଦିବାସୀ ପରିବାର। ବହୁବର୍ଷ ହେଲା ଦାବି କରୁଥିଲେ।
ସୂଚନାଯୋଗ୍ୟ କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ଏହି ୫୫ ପରିବାରଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିପାରୁନି। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ବିଜୁଳି ସଂଯୋଗ ବି ନାହିଁ। ଏପରିକି ଲୋକେ ମୋବାଇଲ୍‌ ଚାର୍ଜ କରିବାକୁ କପ୍ତିପଦା ବଜାରକୁ ଆସୁଛନ୍ତି। ଏଥିପାଇଁ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଣି ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି। ଏସବୁ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ହେଲେ ପ୍ରଶାସନ କିମ୍ବା ସରକାର ଏହାର ସମାଧାନ କରୁନାହାନ୍ତି। ତେଣୁ ଆଜି ସକାଳୁ ସମସ୍ତ ୫୫ ପରିବାରର ଲୋକ ବସ୍‌ଭଡ଼ା କରି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍‌ ପାଇଁ ଦାବି କରିଥିଲେ। ୨୪ ଘଣ୍ଟା ଭିତରେ ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ଘରକୁ ଫେରିଥିଲେ।

  • Related Posts

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ…

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଭୁବନେଶ୍ଵର : ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ଏକ୍‌ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ