ନନ୍ଦିତା ଦାସଙ୍କ ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ସାକ୍ଷାତ

ଭୁବନେଶ୍ୱର: ଲୋକସେବା ଭବନରେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ଶ୍ରୀମତୀ ନନ୍ଦିତା ଦାସ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ ।
ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱବିଦିତ କରାଇବା ଓ ଓଡିଶା ମାଟିକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଶ୍ରୀମତୀ ଦାସ କିଛି ପ୍ରସ୍ତାବ ଉପମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏହିସବୁ ପ୍ରସ୍ତାବରେ ଆଗେଇବା ନିମନ୍ତେ ସେ ଓଡ଼ିଶା ସରକାର, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ସଂସ୍କୃତି ମନ୍ତ୍ରୀ ତଥା ବିଭାଗର ସହାୟତା ଲୋଡ଼ିଛନ୍ତି ।
ପ୍ରସ୍ତାବ ଗୁଡିକ ଉପରେ ବିଭାଗୀୟ ଆଲୋଚନା ପରେ ସରକାରଙ୍କ ତରଫରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।
ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କରୁଥିବା ପ୍ରୟାସ ନିଶ୍ଚିତରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।

  • Garvita Odia

    Related Posts

    ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

    ଭୁବନେଶ୍ୱର : ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ…

    ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

    ବଲାଙ୍ଗୀର: ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ୟ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ…

    Leave a Reply

    Your email address will not be published. Required fields are marked *

    You Missed

    କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ମହିଳା ମୋର୍ଚ୍ଚା: କଂଗ୍ରେସ

    କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ମହିଳା ମୋର୍ଚ୍ଚା: କଂଗ୍ରେସ

    ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

    ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

    ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

    ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

    ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

    ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

    ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

    ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

    ଘୂର୍ଣ୍ଣିବଳୟ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା

    ଘୂର୍ଣ୍ଣିବଳୟ: ଆଜି ଏହି ସବୁ ଜିଲାରେ  ପ୍ରବଳ ବର୍ଷା