ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

ବରଗଡ଼: ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ରବିବାର ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ । ନାବାଳିକାକୁ ଘରୁ ଅପହରଣ କରି ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହତ୍ୟାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଅପହରଣରେ ସମ୍ପୃକ୍ତ ନାବାଳିକାଙ୍କ ପୁରୁଷ ବନ୍ଧୁକୁ ପୁଲିସ୍‌ ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଦୁଷ୍କର୍ମ କି ଗଣଦୁଷ୍କର୍ମ ପରେ ହତ୍ୟା ନା କେବଳ ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି । ପୁଲିସ୍‌ ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ଘର ବରଗଡ଼ ଜିଲ୍ଲା ଟାଉନ୍‌ ଥାନାଞ୍ଚଳରେ । ତାଙ୍କ ବୟସ ୧୭ ବର୍ଷ । ସେ ୧୯ ତାରିଖରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ବରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ କରୁଥିଲା । ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ଏହାପରେ ପୁରୁଷ ବନ୍ଧୁଙ୍କୁ କାବୁ କରି ନାବାଳିକାଙ୍କ ସମ୍ପର୍କରେ ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ନାବାଳିକାଙ୍କ ହତ୍ୟାରେ ଅନ୍ୟ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି । ରବିବାର ସକାଳେ ବରଗଡ଼ ପୁଲିସ୍‌ ଟିମ୍‌ ଅଭିଯୁକ୍ତ ପୁରୁଷବନ୍ଧୁକୁ ଧରି ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚିଥିଲା । ନାବାଳିକାକୁ ଘରୁ ଅପହରଣ କରିବା ଦିନ ପୁରୁଷ ବନ୍ଧୁ ଏବଂ ତା’ର ସାଙ୍ଗ ହୀରାକୁଦ ଜଳଭଣ୍ଡାର ନିକଟ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ପୁଲିସ୍‌ ଅନୁମାନ କରୁଛି । ନାବାଳିକା ଜଣକ ଘରୁ ଏକ ମୋବାଇଲ୍‌ ଏବଂ ୧୫୦୦୦ ଟଙ୍କା ଆଣିଥିବା ପରିବାର ଲୋକେ କହୁଛନ୍ତି । ହେଲେ ମୋବାଇଲ୍‌ କିମ୍ବା ଟଙ୍କା ଉଦ୍ଧାର ହୋଇନାହିଁ । ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ୍‌ ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର, ବୁର୍ଲା ଥାନାଧିକାରୀ ସୌମ୍ୟକାନ୍ତ ବଳିଆର୍‌ ସିଂଙ୍କ ସଦଳବଳ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ସାଇଣ୍ଟିଫିକ୍‌ ଟିମ୍‌ ନମୁନା ସଂଗ୍ରହ କରିଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

  • Related Posts

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨…

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା