ନାବାଳିକା ହକି ଖେଳାଳିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

ଯାଜପୁର: ପ୍ରଥମେ ବାଲେଶ୍ୱର ଏବଂ ପରେ ପୁରୀ ବଳଙ୍ଗା ଘଟଣା ଆଖିରୁ ନଲିଭୁଣୁ ଯାଜପୁରରେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ହକି ଖେଳାଳିଙ୍କୁ ଖୋଦ ତାଙ୍କର ଟ୍ରେନର ଓ ସହଯୋଗୀ ଅପହରଣ କରି ନେଇ ଏକ ଲଜରେ ଗଣଦୁଷ୍କର୍ମ କରିଥିବା ନେଇ ଯାଜପୁର ଟାଉନ ଥାନାରେ ଅଭିଯୋଗ ହେଇଛି । ଯାଜପୁରରେ ଜଣେ ନାବାଳିକା ହକି କ୍ରୀଡ଼ାବିତଙ୍କୁ ତାଙ୍କ ନିଜ କୋଚ୍ କିଛି ସହଯୋଗୀଙ୍କ ସହିତ ମିଶି ଅସଦାଚରଣ ଏବଂ ଗଣଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଜି ସାମ୍ନାକୁ ଆସିଛି ।ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ସ୍ଥାନୀୟ ଅଞ୍ଚଳରୁ ଉଠାଇ ନେଇ ଥାନାରେ ପଚରାଉଚରା ଆରମ୍ଭ କରିଥିବା ସୂଚନା ମିଳିଛି । ପୀଡ଼ିତା ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୩ ତାରିଖ ସନ୍ଧ୍ୟାରେ ଷ୍ଟାଡିୟମରୁ ଟ୍ରେନିଂ ସାରି ଆସୁଥୁବା ସମୟରେ ଷ୍ଟାଡିୟମ ସମ୍ମୁଖ ରାସ୍ତାରେ ତାଙ୍କ କୋଚ୍ ଓ ତାଙ୍କର ସ‌ହଯୋଗୀ ଗାଡ଼ିରେ ଯିବା ପାଇଁ ଡାକିଥିଲେ । ଏଥିସହିତ ଗାଡ଼ିରେ ଏକ ଲଜ୍‌କୁ ନେଇ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି ।

ପୀଡ଼ିତାଙ୍କ ଏତଲକୁ ଆଧାର କରି ଯାଜପୁର ଟାଉନ ପୋଲିସ କୋଚଙ୍କ ସମେତ ମୋଟ୍ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତ କୋଚକୁ ସ୍ଥାନୀୟ ଅଞ୍ଚଳରୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରା ଯାଉଥିବା ସୂଚନା ମିଳିଛି । ଏଥିସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।ସୂଚନା ଅନୁଯାୟୀ ପୀଡ଼ିତା କ୍ରୀଡ଼ାବିତ ଜଣକ ଗତ ଦୁଇ ବର୍ଷ ଧରି ଯାଜପୁର ହକି ଷ୍ଟାଡିୟମରେ ଅଭିଯୁକ୍ତ କୋଚ୍‌ଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ପୁରୀ ବଳଙ୍ଗା ନାବାଳିକାଙ୍କୁ କିରୋସିନ୍ ଢାଳି ପୋଡିବା ଘଟଣା ପରେ ଯାଜପୁରରେ ଏଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପପଟେ ଏହି ଘଟଣାକୁ ନେଇ ପତିକ୍ରିୟା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ରାଜଦୀପ ମହାନ୍ତି ।

ସେ କହିଛନ୍ତି, “ଯାଜପୁର ଟାଉନ ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି । ଏଥିସହିତ ପୀଡ଼ିତାର ଜମାନବନ୍ଦୀ ପାଇଁ ଈଘଝ ୧୮୩ରେ ଏକ ମାମଲା ରୁଜୁ କରି ପସ୍କୋ କୋର୍ଟକୁ ପଠାଇଛି କ୍ଷ ସେଠାରେ ପକ୍ସୋ କୋର୍ଟର ଜର୍ଜ ଅଭିଜିତ ପଲେଇ ପୀଡିତାର ଅଭିଯୋଗକୁ ରେକର୍ଡ କରିବାକୁ ପଠାଇଛନ୍ତି କ୍ଷ ପୀଡ଼ିତାର ଅଭିଯୋଗ ଅନୁଯାୟୀ ଗତ ୩ତାରିଖ ସନ୍ଧ୍ୟାରେ ହକି ଷ୍ଟାଡିୟମରୁ ଟ୍ରେନିଂ ସାରି ଫେରୁଥିଲା କ୍ଷ ଷ୍ଟାଡିୟମ ସମ୍ମାନରେ ତାର ତିନିଜଣ ଟ୍ରେନର ଗାଡିରେ ଯିବା ପାଇଁ ଡାକିଥିଲେ କ୍ଷ ସେ ଗାଡ଼ିରେ ଯାଇଥିଲା । ଏହି ତିନିଜଣ ବ୍ୟକ୍ତି ଯାଜପୁର ଟାଉନର ଏକ ଲଜକୁ ନେଇଥିଲେ କ୍ଷ ସେଠାରେ ଗଣଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ହୋଇଛି କ୍ଷ”

  • Garvita Odia

    Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା…

    ନାବାଳିକା ଗର୍ଭବତୀ, ୨ ଗିରଫ

    ଜଗତସିଂହପୁର/କୁଜଙ୍ଗ: ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ କାଠକୋଟ ପଞ୍ଚାୟତରେ ଘଟିଥିବା ଆଉ ଏକ ଲଜ୍ଜାକର ଘଟଣା ଗୁରୁବାର ଲୋକଲୋଚନକୁ ଆସିଛି। ପଞ୍ଚାୟତରେ ଏକ ଗାଁର ଜଣେ ନାବାଳିକା ୭ମାସର ଗର୍ଭବତୀ ହୋଇଛି। ଏ ସଂକ୍ରାନ୍ତରେ ନାବାଳିକାର ପିତା କୁଜଙ୍ଗ ଥାନାରେ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ