ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ ସ୍ତ୍ରୀ

ମେଘାଳାୟ: ହତ୍ୟାକାଣ୍ଡର ୭ଦିନ ପରେ ରାଜା ରଘୁବଂଶୀଙ୍କ ସ୍ତ୍ରୀ ସୋନମକୁ ଗିରଫ କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ବିବାହ ପରେ ମେଘାଳୟ ବୁଲିବାକୁ ଯାଇଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍‍ ରଘୁବଂଶୀଙ୍କ ମାମଲାର ପୁରା ଘଟଣା ସାରା ଦେଶକୁ ଥରାଇ ଦେଇଛି । ଏହି ମାମଲାରେ ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସୋନମଙ୍କୁ ୟୁପିର ଗାଜିପୁରରୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପରେ ସୋନମ ନିଖୋଜ ଥିବା ଚର୍ଚ୍ଚା ହେଉଥିବା ବେଳେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି ।
ମେଘାଳାୟ ପୁଲିସର ସୂଚନା ଅନୁଯାୟୀ ସୋନମ୍‍ ରଘୁବଂଶୀ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । ବିବାହ ପରେ ବୁଲିବାକୁ ଯାଇଥିବା ବେଳେ ସୋନମ ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ୩ଜଣଙ୍କୁ ସୁପାରି ଦେଇଥିଲେ । ସୋନମଙ୍କୁ ଗିରଫ କରିବା ପରେ ପଚରାଉଚରା କରିଥିଲା ପୁଲିସ । ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୋନମ୍‍ ରାଜ କୁଶୱାହା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଏହି ହତ୍ୟାକାଣ୍ଡରେ ରାଜ ମଧ୍ୟ ସାମିଲ ହୋଇଥିଲା ।
ପୁରା ଘଟଣା କିଛି ଏଭଳି ଥିଲା । ୧୧ ମେ ୨୦୨୫ରେ ଇନ୍ଦୋରର ୨୯ବର୍ଷୀୟ ଯୁବ ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ୨୫ବର୍ଷୀୟା ସୋନମଙ୍କ ବିବାହ ହୋଇଥିଲା । ବିବାହର ମାତ୍ର ୯ଦିନ ପରେ ୨୦ ମେ ରେ ନବ ଦମ୍ପତ୍ତି ବୁଲିବାକୁ ମେଘାଳୟ ଯାଇଥିଲେ । ୨୨ ମେ ରେ ଦୁହେଁ ସିଲଂର ଏକ ହୋମଷ୍ଟେ ରେ ରହିଥିଲେ । ପରଦିନ ୨୩ ମେ ରେ ସେମାନେ ଚେରାପୁଞ୍ଜି ନିକଟସ୍ଥ ନଙ୍ଗ୍ରିଟ୍‍ ଗାଁରେ ଡବଲ ଡେକରି ଲିଭିଂ ରୁଟ୍‍ ବ୍ରିଜ୍‍ ଦେଖିବାକୁ ଯାଇଥିଲେ । କିନ୍ତୁ ଏଠାରୁ କାହାଣୀର ମୋଡ ବଦଳି ଯାଇଥିଲା ।
୨୩ ମେ ଦିନ ଅପରାହ୍ନରେ ସୋନମ୍‍ ତାଙ୍କ ଶାଶୁଙ୍କୁ ଫୋନ କରି କହିଥିଲେ ଯେ ଆମେ ଜଙ୍ଗଲରେ ଅଛୁ । ସେହି ସମୟରେ ଦୁହେଁ ଶେଷ ଥର ପାଇଁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହାପରେ ରାଜା ଏବଂ ସୋନମ ଉଭୟଙ୍କ ଫୋନ୍‍ ବନ୍ଦ ରହିଥିଲା । ଉଭୟଙ୍କ ଖୋଜିବା ପାଇଁ ପରିବାର ବର୍ଗ ଶଲିଂ ଯାଇଥିଲେ । ପୁଲିସରେ ଅଭିଯୋଗ ହେବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଏହି ସମୟରେ ୨୪ ମେ ରେ ଦୁହିଁଙ୍କ ଭଡା ସ୍କୁଟର ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା । ୮ଦିନ ପରେ ଜୁନ ୨ରେ ମେଘାଳୟ ପୁଲିସ ଏକ ଜଳପ୍ରପାତରୁ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ରାଜାଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । କିନ୍ତୁ ସୋନମଙ୍କର କୌଣସି ସନ୍ଧାନ ମିଳିନଥିଲା ।

  • Related Posts

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ…

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    Leave a Reply

    Your email address will not be published. Required fields are marked *

    You Missed

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ