ନିପାତ ହେଲେ ୩୧ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳରେ ରହିଥିବା ବିଶାଳ ଜଂଗଲରେ ନକ୍ସଲ ସଂଗଠନର ସମସ୍ତ ବଡ଼ବଡ଼ ନେତା ଏବଂ ପିଏଲଜିଏର ଟପ୍ କ୍ୟାଡର ନକ୍ସଲମାନେ ରହିଥିବା ପୁଲିସ ସୂଚନା ପାଇବା ପରେ ଗତ ଏପ୍ରିଲ ୨୧ ତାରିଖରୁ ମେ ୨୧ ଯାଏଁ ୧୦ ହଜାର ଯବାନଙ୍କୁ ନେଇ କାରେଗଟ୍ଟା ଜଂଗଲରେ ଅପରେସନ ଆରମ୍ଭ କରିଥିଲା। ୨୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଯବାନ ଜଂଗଲରେ ଅପରେସନ ଜାରି ରଖିଥିଲେ।

ଏହି ଜଂଗଲ ଲମ୍ବା ୬୦ କିଲୋମିଟର ହୋଇଥିବା ବେଳେ ଓସାର ୨୦ କିଲୋମିଟର। ଏହି ଅପରେସନରେ ଯବାନ ୩୧ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏଥିରୁ ୧୬ ଜଣ ମହିଳା ନକ୍ସଲ ଏବଂ ୧୫ ଜଣ ପୁରୁଷ ନକ୍ସଲ ରହିଛନ୍ତ। ତେବେ ଏମାନଙ୍କ ମଧ୍ୟରୁ ୨୮ ନକ୍ସଲଙ୍କର ଚିହ୍ନଟ ହୋଇସାରିଛି। ଏଥିସହ ୧୮ ଯବାନ ମଧ୍ୟ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଛନ୍ତି।

କାରେଗଟ୍ଟା ଜଂଗଲରେ ହୋଇଥିବା ଅପରେସନ ସଂପର୍କରେ ସିଆରପିଏଭ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ରିପୋର୍ଟ ପ୍ରଦନ କରିଛନ୍ତି। ଏହି ଜଂଗଲରୁ ଯବାନ ୨୫୦ରୁ ଉର୍ଦ୍ଧ୍ବ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର କରିଥିଲେ। ଏହ ଅପରେସନରେ ସିଆରପିଏଫ, କୋବ୍ରା, ଏସଟିଏଫ, ଜିଲ୍ଲା ପୁଲିସ ସହ ତେଲେଙ୍ଗାନା ଗ୍ରେହାଉଣ୍ଡ ଏବଂ ଜିଲ୍ଲା ପୁଲିସ ମଧ୍ୟ ସାମିଲ ଥିଲେ।

  • Garvita Odia

    Related Posts

    ନୂଆ ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିବେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ। ଏଥିପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।…

    ୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

    ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ