ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ ୩ ଲକ୍ଷ୍ୟ ୪୮ ହଜାର ଚାଷୀ ପଞ୍ଜିକରଣ କରିଥିଲେ। ଏଥିରେ ବେଶି ବ୍ୟବଧାନ ନାହିଁ । ଗତବର୍ଷ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିଲା ଏଥର ପଞ୍ଜିକରଣ ୪ ଦିନ ବିଳମ୍ବରେ ଆରମ୍ଭ ହୋଇଛି ।ପଞ୍ଜିକରଣରେ ମାତ୍ର ୧୦ ହଜାର ବ୍ୟବଧାନ ରହିଛି। ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ। ଯାହା ନାଁ ରେ ରେକର୍ଡ ଯଥା ବାପା କିମ୍ବା ଭାଇ ନାଁ ରେ ରେକର୍ଡ ଥିଲେ କେବଳ ଲେଖିକି ଦେବେ।ସେଥିପାଇଁ ଫର୍ମ ଇସ୍ୟୁ ହୋଇଯାଇଛି। ଜୋରସୋରରେ ଚାଲିଛି ପଞ୍ଜିକରଣ। କୌଣସି ଅସୁବିଧା ନାହିଁ। ଅସୁବିଧା ଥିଲେ ଦିଆଯାଇଥିବା ଫୋନ୍ ନମ୍ବରରେ ଫୋନ କରନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

  • Related Posts

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ରାଉରକେଲା: ଆଇିଇଡ଼ି ବିସ୍ଫୋରଣରେ ରେଳୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହୟତା ଘୋଷଣା ହୋଇଛି । ସିଏମ୍‌ଆରଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ୟ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାରକୁ ଆର୍ଥିକ ସହାୟତା…

    ରେଳଟ୍ରାକ ଉଡାଇଲେ ମାଓବାଦୀ

    ରାଉରକେଲା: ଓଡିଶାରେ ମାଓବାଦୀଙ୍କ ବଡ଼ ଅପରେସନ । ପୁଣି ମାଓବାଦୀଙ୍କ ହିଂସାକାଣ୍ଡ । ବିସ୍ଫୋରଣ ମାଧ୍ୟମରେ ରେଳଟ୍ରାକ ଉଡାଇବା ପାଇଁ ମାଓବାଦୀଙ୍କ ଉଦ୍ୟମ । ଏଥିରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    ରେଳଟ୍ରାକ ଉଡାଇଲେ ମାଓବାଦୀ

    ରେଳଟ୍ରାକ ଉଡାଇଲେ ମାଓବାଦୀ

    ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

    ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

    ବୋର୍ଡ ଉପସଭାପତି ଗିରଫ

    ବୋର୍ଡ ଉପସଭାପତି ଗିରଫ

    ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ୍ : ସପ୍ତଗିରି

    ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ୍ : ସପ୍ତଗିରି