ପୁଣି ଜଣେ ଯୁବତୀଙ୍କ ମୃତଦେହ ଠାବ

କଟକ : କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ନଦୀକୂଳ ସାହିରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଯୁବତୀଙ୍କ ଜଣଙ୍କର ଘର ଭିତରେ ଲାଗିଥିବା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ଏହା ଦେଖି ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାର ଛାନ୍‌ଭିନ୍‌ ଜାରି ରହିଛି ।ସେପଟେ ଯୁବତୀଙ୍କ ଆତ୍ମହତ୍ୟା ପରେ ଏକ ଘଟଣା ସାମ୍ନାକୁ ଆସିଛି । କୁଆଡେ ଆତ୍ମହତ୍ୟା କରିଥିବା ଯୁବତୀଙ୍କର କିଛି ମାସ ତଳେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଭାଇରାଲ ଘଟଣାର ତଦନ୍ତ ଚାଲିଛି । ବ୍ଲାକମେଲିଂ ଲାଗି ଯୁବତୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବତୀଙ୍କ ମୋବାଇଲ ଜବତ କରି ଅନୁସନ୍ଧାନ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ ।

  • Related Posts

    ଝିଆରୀକୁ ଗର୍ଭବତୀ କଲା ପିଉସା

    କାଳିପଦା : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଭାନୁପୁର ଗ୍ରାମରେ ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଛି ସମ୍ପର୍କୀୟ ପିଉସା ।ଗୁରୁବାର ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପୀଡିତାଙ୍କ ପରିବାର…

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡ଼ା ଗ୍ରାମରେ ଯୁକ୍ତ ୩ ଛାତ୍ରୀ ମୃତ୍ୟୁ ମାମଲାରେ ଫୋରେନସିକ ଟିମ୍‌ ତଦନ୍ତ ଜାରି ରଖିଛି। ଶୁକ୍ରବାର ୨ୟ ଥର ଲାଗି ୪ ଜଣିଆ ଫୋରେନସିକ୍ ଟିମ୍ ମୃତା ଛାତ୍ରୀଙ୍କ ଘରେ ପହଞ୍ଚି ପରିବାର…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ